ନବ ନିର୍ମାଣ କୃଷକ ସଂଗଠନ ପକ୍ଷ ରୁ ବିକ୍ଷୋଭ ପ୍ରଦର୍ଶନ : ଜଗତସିଂହପୁର

ଜଗତସିଂହପୁର : (5/12/20) କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ନୂତନ କୃଷି ସଂଗଠନ ପକ୍ଷ ରୁ ଆଇନକୁ ବିରୋଧ କରି ଜଗତସିଂହପୁର ଠାରେ ନବ ନିର୍ମାଣ କୃଷକ ସଙ୍ଗଠନ ପକ୍ଷରୁ ବିକ୍ଷୋଭ  ପ୍ରଦର୍ଶନ କରାଯାଇଛି ।ଏହି ଅବସରରେ ସଂଗଠନ ପକ୍ଷରୁ ଟାଉନ ହଲ ନିକଟରୁ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିବା ପରେ ଥାନା ଛକ ଠାରେ ବିକ୍ଷୋଭ  ପ୍ରଦର୍ଶନ କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।ନୂତନ କୃଷି ଆଇନ-୨୦୨୦କୁ ପ୍ରତ୍ୟାହାର କରିବା,କୃଷିଜାତ ଦ୍ରବ୍ୟର ଉଚିତ ମୂଲ୍ୟ ପ୍ରଦାନ,ଚାଷୀକୁ ପେନସନ,ସୃଦୃଢ କୃଷି ଭିତ୍ତିଭୂମି ନିର୍ମାଣ ଆଦି ଦାବିକୁ ନେଇ ସଂଗଠନ ପକ୍ଷରୁ ବିକ୍ଷୋଭ  ପ୍ରଦର୍ଶନ କରାଯାଇଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ କରିଥିଲେ ।କେନ୍ଦ୍ର ସରକାର ତୁରନ୍ତ ଏହାର ପୁନଃ ବିଚାର କରି କୃଷି ଆଇନକୁ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି  ରଶ୍ମିରଞ୍ଜନ ସ୍ୱାଇଁ କହିଛନ୍ତି।

ବାଇଟ-ରଶ୍ମିରଞ୍ଜନ ସ୍ଵାଇଁ(ରାଜ୍ୟ ସହ ସଂଯୋଜକ,ନବ ନିର୍ମାଣ କୃଷକ ସଙ୍ଗଠନ)  ଜଗତସିଂହପୁର ଜ଼ିଲ୍ଲା ର ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here