ଜିଲ୍ଲା ସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ପାଳିତ : ପୁରୀ

ପୁରୀ[୦୫.୧୨.୨୦] : ଜିଲ୍ଲାସ୍ତରୀୟ ବିଶ୍ବ ମୃତ୍ତିକା ଦିବସ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ସମ୍ମିଳନୀ କକ୍ଷରେ ପାଳିତ ହୋଇଛି । ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ଜ୍ୟୋତିର୍ମୟ ଦଳାଇ ମୁଖ୍ୟ ଅତିଥିଭାବେ ଯୋଗଦେଇ ମୃତ୍ତିକା ସଂରକ୍ଷଣ ଉପରେ ଗୁରୁତ୍ବାରୋପ କରିଥିଲେ । ଉପର ୬ଇଞ୍ଚ ମାଟି ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ ଥିବାରୁ ଏବଂ ୨୫ ଭାଗ ଅଣୁଜୀବ ରହୁଥିବାରୁ ଏହାର ଯତ୍ନ ଆବଶ୍ୟକତା ଥିବା ସେ କହିଛନ୍ତି ।  ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ସୁଭାଷ ଚନ୍ଦ୍ର ନାଥଶର୍ମା ସମ୍ମାନିତ  ଅତିଥିଭାବେ ଯୋଗଦେଇ ମାଟି ମା’ର ଯତ୍ନ ଉପରେ ଆଲୋକପାତ କରିବା ସହ ଜୈବିକ କୃଷି ଉପରେ ଅଧିକ ଦୃଷ୍ଟି ଦେବାକୁ କୃଷକ ମାନଙ୍କୁପରାମର୍ଶ ଦେଇଥିଲେ । କୃଷି ବି‍ଜ୍ଞାନ କେନ୍ଦ୍ରର ବରିଷ୍ଠ ବୈଜ୍ଞାନିକ ଶ୍ରୀ ସଞ୍ଜୟ ମହାନ୍ତି ମାଟି ସହ ଜୀବାଣୁ, କବକ ଓ ଶୈବାଳ ଭଳି ଅଣୁଜୀବ ମାନଙ୍କ ସୁରକ୍ଷା ଆବଶ୍ୟକ ବୋଲି କହିଥିଲେ ।  ଯାହାଦ୍ବାରା ମାଟିର ବିଘଟନ ଘଟି ଉର୍ବରତା ବୃଦ୍ଧି ପାଇବ । । ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଶ୍ରୀ ଅଂଶୁମାନ ପଟ୍ଟନାୟକ କହିଲେ ଯେ ବିଶ୍ବବାସୀଙ୍କୁ ମାଟିରୁ ୯୫ ଭାଗ ଖାଦ୍ୟ ମିଳିଥାଏ । ବର୍ତ୍ତମାନ ୩୩ ପ୍ରତିଶତ ଉପର ମାଟି ନଷ୍ଟ ହେବାକୁ ବସିଥିବା ବେଳେ ୨୦୫୦ ମସିହା ସୁଦ୍ଧା ୫୦ ଭାଗ ଉପର ମାଟି ନଷ୍ଟ ହେବା ଆଶଙ୍କା ରହିଛି । ଏଦିଗରେ ବିଚାର କରିବାର ସମୟ ଆସିଥିବା ସେ କହିଥିଲେ । ଏହି ଅବସରରେ କୃଷକ ମାନଙ୍କୁ ମୃତ୍ତିକା ପରୀକ୍ଷଣ ପତ୍ର ପ୍ରଦାନ କରାଯାଇଥିଲା । ଉକ୍ତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମୃତ୍ତିକା ରସାୟନବିତ ଶ୍ରୀ ନବକିଶୋର ମହାପାତ୍ର, କୃଷ୍ଣପ୍ରସାଦ ସହକାରୀ କୃଷି ଅଧିକାରୀ ଶ୍ରୀ ରବିନ୍ଦ୍ର କୁମାର ମହାପାତ୍ର,ବ୍ରହ୍ମଗିରି ବ୍ଲକ କୃଷି ଅଧିକାରୀ ଶ୍ରୀ ସଚିଦାନନ୍ଦ ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଜିଲ୍ଲା କୃଷି ଅଧିକାରୀ କାର୍ଯ୍ୟାଳୟର ଯୋଜନା ଅଧିକାରୀ ସୁଶ୍ରୀ ସୁନିତା ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here