ପରି ହତ୍ୟାକାଣ୍ଡକୁ ନେଇ ଭାଜପାର ସାମ୍ବାଦିକ ସମ୍ମିଳନୀ :

ଆଜି ସୁନ୍ଦରଗଡ ଜିଲ୍ଲା ପାନପୋଷ ସ୍ଥିତ ଭାଜପା ସାଙ୍ଗଠନିକ ଜିଲ୍ଲା କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା ଭାଜପା ପକ୍ଷରୁ । ଉକ୍ତ କାର୍ଯ୍ୟକ୍ରମରେ କୁଚିଣ୍ଡାର ପୂର୍ବତନ ବିଧାୟକ ତଥା ରାଜ୍ୟ ସଂପାଦକ ରବି ନାଏକ ମତବ୍ୟକ୍ତ କରିଛନ୍ତି ଯେ ୪ ମାସ ପୂରି ଯାଇଥିଲେ ମଧ୍ୟ ପରୀ ହତ୍ୟାକାଣ୍ଡର କୌଣସି ପ୍ରକାରର ଆଖିଦୃଶିଆ ଯାଞ୍ଚ ହୋଇନି । ନୟାଗଡ ଅଞ୍ଚଳର ଜଣେ ଅଟୋ ଚାଳକର ନାବାଳିକା କନ୍ୟାକୁ ହତ୍ୟାକରି ତାର ଆଖି ଓ କିଡନୀ କାଢି ନିଆଯାଇଛି । ଏହି କାର୍ଯ୍ୟରେ ଉକ୍ତ ଅଞ୍ଚଳର ବାବୁଲି ନାଏକ ସାମିଲ ଥିବା ବେଳେ ଶାସକ ଦଳର ବିଧାୟକ ତଥା ମନ୍ତ୍ରୀ ଅରୁଣ ସାହୁ ବାବୁଲିକୁ ଘଣ୍ଟ ଘୋଡାଇବା ସହ ସଂପୂର୍ଣ୍ଣ ସହଯୋଗ କରୁଥିବାର ଅଭିଯୋଗ ହୋଇଛି । ତେବେ ଅଦ୍ୟାବଧି ୫୩୨୩ ଜଣ ନାବାଳିକା ନିଖୋଜ ଥିବାବେଳେ ସୁନ୍ଦରଗଡ ଡିସିପିଓଙ୍କୁ ଏ ବାବଦରେ ଜଣାନାହିଁ । ତେବେ ପରୀ ର ମା ବାପା ଅଭିଯୋଗ କରିବା ପରେ ମଧ୍ୟ ମୃତା ନାବାଳିକା ପରୀକୁ ନ୍ୟାୟ ମିଳୁନାହିଁ । ତେବେ ଶାସକ ଦଳର ନେତା ମନ୍ତ୍ରୀ ଯଦି ଏଭଳି କାର୍ଯ୍ୟରେ ଲିପ୍ତ ରହିବେ ତେବେ ଅନ୍ୟମାନଙ୍କୁ କଣ କୁହାଯିବ । ପରୀ ହତ୍ୟା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ସମସ୍ତ ବିଷୟ ଅତିଶୀଘ୍ର ଲୋକ ଲୋଚନକୁ ଆସିବା ଦରକାର ନଚେତ ଏ ବାବଦରେ ଭୟଙ୍କର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here