କରେଣ୍ଟ ଫ୍ୟୁଜ୍ ପକାଇବା ଯାଇ କର୍ମଚାରୀଙ୍କ ମୃତ୍ୟୁ, ପୋଡାଗଡ : କୋରାପୁଟ

କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକ ଅନ୍ତର୍ଗତ କାକିରିଗୁମା ଜୋନ ଯାଉଥିବା ପୋଡାଗଡ ସବ୍ ଷ୍ଟେସନରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଆଜକୁ ଦୀର୍ଘ ଆଠ ବର୍ଷ ଉର୍ଦ୍ଧ୍ବ ହେବ ଏହି ଅଞ୍ଚଳବାସୀଙ୍କୁ ଖରା, ବର୍ଷା, ଏବଂ ଶିତରେ କରେଣ୍ଟ ଯୋଗାଇ ଆସୁଥିଲେ। ହେଲେ ଆଜି ସକାଳୁ ମୋହନ ହିକକା ବିଲାନ୍ସିଲ ଗ୍ରାମକୁ କରେଣ୍ଟ୍ ଦେବାକୁ ଯାଇ ପୋଲ  ଚଢି ମେନ୍ ଲାଇନ୍ ଠାରୁ ବ୍ରାଞ୍ଚ ଲାଇନ୍ କୁ  ଫ୍ୟୁଜ୍ ପକାଇବାକୁ ଯାଇ ପୋଲ ଚଢି କାମ କରୁଥିବା ସମୟରେ ଉପରୁ ଉଚ୍ଚ ଶକ୍ତିଶାଳୀ ପୂର୍ଣ୍ଣ ତାର ଦ୍ଵାରା ପ୍ରଭାବିତ ହୋଇ  ଚଢି ଥିବା ପୋଲରୁ ତଳେ କଚାଡି ହୋଇ ପଡିଥିବା ଜଣାପଡିଛି। ଏହା ପରେ ମୋହନଙ୍କୁ ନିକଟସ୍ଥ ପୋଡାଗଡ  ମେଡିକାଲରେ ନେବା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ସୂଚନା ଅନୁଯାୟୀ ତାଙ୍କ ଘର ଲକ୍ଷ୍ମୀପୁର ବ୍ଳକ ତୋୟାପୁଟ ପଞ୍ଚାୟତ ସ୍ଥିତ ଡୁମୁରିପଦର ଗ୍ରାମ ବୋଲି ଜଣାପଡ଼ିଛି। ଏବାବଦରେ ପୋଡାଗଡ  ଲାଇନ୍ ମେନ୍ ଙ୍କୁ ପଚାରିବା ରୁ ସେ କହିଲେ ଥିଲେ ଷ୍ଟାଫ୍ ଅଭାବରୁ ଏହିପରି ଘଟଣା ବାରମ୍ବାର ଘଟୁଛି ବୋଲି କହିଥିଲେ। ତାହା ସହ ଏହିପରି ବିପଦ ସଂକୁଳ ଅବସ୍ଥାରେ କାମ କରୁଥିବା କର୍ମ କର୍ତ୍ତା ମାନଙ୍କୁ କୌଣସି ପ୍ରକାରରେ ପୋଲ ଚଢିବା ପାଇଁ ସେପ୍ଟିବେଲ୍ଟ୍ କି ଗ୍ଲୋବସ୍ ଦିଆଯାଉନାହିଁ ବୋଲି ଉପସ୍ଥାପନ କରିଥିଲେ। ଏହାକୁ ନେଇ ପୋଡାଗଡ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ତାହା ସହ ଉତେଜନମୁଳକ ହୋଇ ରାସ୍ତା ରୋକ କରିଥିବା ଦେଖିବାକୁ ମିଳିଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here