କେନ୍ଦ୍ରାପଡା ଚାନ୍ଦୋଳ ନରଣପଡା ଗ୍ରାମରେଥିବା “ମା”ଶ୍ରୀ ଅରବିନ୍ଦ ଆଶ୍ରମ ବା ଯୋଗ ଶିକ୍ଷା କେନ୍ଦ୍ର ପରିସର ମଧ୍ୟରେ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଜି କେନ୍ଦ୍ରାପଡା ଜିଲ୍ଲା ଡେରାବିଶ୍ ବ୍ଲକ୍ ଅନ୍ତର୍ଗତ ଚାନ୍ଦୋଳ ନରଣପଡା ଗ୍ରାମର ବିଦୁଶ୍ରୀ ବିହାର ସ୍ଥିତ ଶ୍ରୀ ଅରବିନ୍ଦ ପାଠଚକ୍ର ଓ ପୂର୍ଣ୍ଣାଙ୍ଗ ଯୋଗ ସାଧନା କେନ୍ଦ୍ର ବା ଆଶ୍ରମ ଟ୍ରଷ୍ଟ ବୋର୍ଡର ମୂଖ୍ୟ ପରିଚାଳକ ଶ୍ରୀଯୁକ୍ତ ରାଜକିଶୋର ମହାନ୍ତିଙ୍କ ସଭାପତିତ୍ବରେ ଏବଂ ସଂମ୍ପାଦିକା ଶ୍ରୀମତୀ ଅନୀତା ମହାନ୍ତିଙ୍କ ନେତୃତ୍ବରେ ଏକ ମଗା ବୃକ୍ଷ ରୋପଣ କାର୍ଯ୍ୟକ୍ରମ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୂଖ୍ୟ ପରିଚାଳିକା ଶ୍ରୀମତୀ ରୀତା ମହାନ୍ତି, କେନ୍ଦ୍ରାପଡା ବଳଦେବ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଶ୍ରୀଯୁକ୍ତ ପାର୍ଥ ସାରଥି ବେହେରା, ଓଡିଆ ଚଳଚ୍ଚିତ୍ର ପ୍ରଡୁସର ଶ୍ରୀଯୁକ୍ତ ମାନସ କୁମାର ସାହୁ(ମାନଭାଇ), ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ଦାସ, ସମାଜସେବୀ ଅଜୟ କୁମାର ମହାନ୍ତି, ବିଶିଷ୍ଟ କବୟତ୍ରୀ ଚାରୁଲତା ଭୂୟାଁ, ଶିକ୍ଷୟତ୍ରୀ ସ୍ୱର୍ଣ୍ଣଲତା ସ୍ୱାଇଁ, ରାହୁଲ୍ ବାରିକ୍, ବାସନ୍ତି ସାହୁ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହି ବିଭିନ୍ନ ଔଷଧୀୟ ଚାରାଗଛ ବା ବୃକ୍ଷ ପରିସର ମଧ୍ୟରେ ରୋପଣ କରିବା ସହିତ ଆଗାମୀ ଦିନରେ ଏହି ଆଶ୍ରମକୁ କିପରି ଏକ ଆଞ୍ଚଳିକ ଆଶ୍ରମ ବା ଯୋଗସାଧନ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ରୂପେ ପରିଣତଃ କରାଯାଇ ପାରିବ ଏବଂ ଏଠାରେ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟକ୍ରମ ରାଜ୍ୟ ସରକାର ଏବଂ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଆଗାମୀ ଦିନ ମାନଙ୍କରେ କରାଯାଇ ପାରିବ । ସେ ଦିଗରେ ବିସ୍ତୃତ ଭାବେ ଉପସ୍ଥିତ ଅତିଥିମାନେ ନିଜ ନିଜ ବହୁ ମୂଲ୍ୟବାନ ମନ୍ତବ୍ୟ ବା ପ୍ରତିକ୍ରିୟାରେ ପରି ପ୍ରକାଶ କରିଥିଲେ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି  ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here