ଜଳି ଗଲା ୩ ଟି ଧାନ ଗଦା : ନବରଙ୍ଗପୁର

 ଡାବୁଗାଁ, ୪/୧୨ :  ନବରଙ୍ଗପୁର ଜିଲ୍ଲା  ଡାବୁଗାଁ ଥାନା ଅଧୀନ ଜଟାବାଲ ଗ୍ରାମପଞ୍ଚାୟତ ର ବାରିଗୁଡା ୱାର୍ଡ ଭାଲିଆଗୁଡା ରେ ଆଜି ମାଧ୍ୟାନ୍ନ ଏକ ଘଣ୍ଟା ସମୟରେ ତିନୋଟି ଧାନ ଗଦା ନିଆଁ ଲାଗି ପୋଡ଼ିଯାଇଛି | ପ୍ରାପ୍ତସୂଚନାନୁସାରେ କମଳୁ ଭତରା, ବଲ ଭତରା ଓ ମନୋହର ଭତରା ୩ ଜଣ ନିଜ ଜମିର ଧାନ ଆଣି ଗୋଟିଏ ଖଳାରେ ଗଦା କରି  ରଖି ଥିଲେ | ସେହି ଧାନ ଗଦାରେ ଅଚାନକ କୌଣସି ପ୍ରକାରେ ନିଆଁ ଲାଗି ଯାଇଥିଲା |ଗ୍ରାମବାସୀ ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲେ | ତେଣୁ ଜଟାବାଲ ସରପଞ୍ଚ ଦେବ ଭତରା ତୁରନ୍ତ ପାପଡାହାଣ୍ଡି ଅଗ୍ନିଶମ ବିଭାଗ କୁ ଫୋନ କରି ଡାକିଥିବା ବେଳେ ସେହି ୱାର୍ଡ ର ୱାର୍ଡ ମେମ୍ବର ବୁଦୁନାଥ ପୂଜାରୀ ଡାବୁଗାଁ ଅଗ୍ନିଶମ ବିଭାଗ କୁ ଡାକିଥିଲେ | ଉଭୟ ପଟରୁ ଅଗ୍ନିଶମ ବିଭାଗ ଦଳ ଆସି ନିଆଁ କୁ ଆୟତ୍ତ କରିଥିଲେ |କିନ୍ତୁ   ସେତେବେଳକୁ ୭0%ଧାନ ଜଳି ଯାଇ ଥିଲା | ଏହି ୩ ଜଣ ଗରିବ ଚାଷୀ ହୋଇଥିବା ହେତୁ ଜଟାବାଲ ରାଜସ୍ବ ବିଭାଗ ଏହାର ତଦନ୍ତ କରି ତାଙ୍କୁ ସରକାରୀ ସାହାଯ୍ୟ କିଛି ପ୍ରଦାନ କରିବାକୁ ଗ୍ରାମବାସୀ ଅନୁରୋଧ କରିଛନ୍ତି ।

   ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.in

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here