ସିଏମ୍‌ସି ବିଜ୍ଞପ୍ତି: ବିବାହରେ ୧୦୦, ଶୁଦ୍ଧିକ୍ରିୟାରେ ୫୦ ଯୋଗ ଦେଇ ପାରିବେ

କଟକ: ଆଗକୁ ବିବାହ ଋତୁ ଆସୁଥିବା ବେଳେ ଆଜି ମହାନଗର ନିଗମ ପକ୍ଷରୁ ଉତ୍ସବର ଆୟୋଜନକୁ ନେଇ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି। କରୋନା ମହାମାରୀ ସମୟରେ କିପରି ବିବାହ ଉତ୍ସବ ପାଳନ କରାଯିବ ଏହାକୁ ନେଇ ସିଏମସି ନୂଆ ଗାଇଡ୍‌ଲାଇନ୍‌ ଜାରି କରିଛି। ସଂକ୍ରମଣକୁ ଦେଖି ବିବାହ ଉତ୍ସବରେ ଶହେ ଓ ଶୁଦ୍ଧି କ୍ରିୟାରେ ସର୍ବାଧିକ ୫୦ ଜଣଙ୍କ ଯୋଗଦାନ ପାଇଁ ଅନୁମତି ଦେଇଛି ସିଏମସି।

ବିବାହ ଉତ୍ସବ ପାଇଁ ସ୍ଥାନୀୟ ପୁଲିସ ଓ ସିଏମସିରୁ ଅନୁମତି ଆଣିବାକୁ ପଡିବ। ବରଯାତ୍ରୀ ଶୋଭାଯାତ୍ରାକୁ ବାରଣ କରାଯାଇଛି। ବିବାହ ଉତ୍ସବ ଆୟୋଜନ ସ୍ଥାନକୁ କରୋନା ଲକ୍ଷଣ ଥିବା ବ୍ୟକ୍ତିଙ୍କ ଆସିବା ଉପରେ କଟକଣା ଲଗାଯିବା ସହିତ ୧୦ବର୍ଷରୁ କମ ବୟସର ପିଲା, ବୟସ୍କ ବ୍ୟକ୍ତିଙ୍କ ସହିତ ଗର୍ଭବତୀ ମହିଳାଙ୍କୁ ଉତ୍ସବ ସ୍ଥାନରୁ ଦୂରେଇ ରଖିବାକୁ କୁହାଯାଇଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here