ସର୍ବ ଭାରତୀୟ କୂଷକ ଆନ୍ଦୋଳନକୁ ସମ୍ମତି ଜଣାଇ ଆଜି ସିଆଇଟିୟୁ ପାଟି ତରଫରୁ ଶୋଭାଯାତ୍ରା :

ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ବରେ ଆଜି କୃଷି ଆଇନ ୨୦୨୦ କୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। କୂଷକ ଓ ଜନବିରୋଧୀ କୂଷି ଆଇନ- ୨୦୨୦ ,ବିଦ୍ୟୁତ ବିଲ୍ ୨୦୨୦ ପ୍ରତ୍ଯାହାର କର, ଧାନର ଅଭାବୀ ବିକ୍ରି ବନ୍ଦ କର, ଫସଲ ସହାୟକ ମୂଲ୍ୟ ବୃଦ୍ଧି କର, କୂଷକ ମାନଙ୍କର ରୁଣ ଛାଡ ନେଇ ବଣାଇଁ ସିଆଇଟିୟୁ ଦଳ ତରଫରୁ ଏକ ଶୋଭାଯାତ୍ରା ସହ ପ୍ରତିବାଦ ପ୍ରଦର୍ଶନ କରାଯାଇଥିଲା। ଏଥିରେ ସିଆଇଟିୟୁ ଦଳର ଜିଲ୍ଲା ସମ୍ପାଦକ ପ୍ରମୋଦ ସାମଲ, ବଣେଇ ବିଧାୟକ ଲକ୍ଷ୍ମଣ ମୁଣ୍ଡା, କୂଷକ ସଭାର ସଭାପତି ସୁରେନ୍ଦ୍ର ଦାସ ଓ ସିପିଆଇ ଏମ୍ ଦଳର କର୍ମକର୍ତ୍ତା ମାନେ ଉପସ୍ଥିତ ରହି ଏକ ଶୋଭାଯାତ୍ରା ଦେଓଗାଁ ଛକ ଠାରୁ ବାହାରି ବଣାଇଁ ଉପଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହିତ ଉପଜିଲ୍ଲାପାଳ ପ୍ରଦୀପ ଡାଗଂଙ୍କୁ ସାକ୍ଷାତ କରି ଦାବି ପତ୍ର ପ୍ରଦାନ କରିଥିବା ଜଣାପଡିଛି।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here