ଦୁଇ ଟ୍ରକ ମୁହାଁମୁହିଁ ଧକ୍କା , ଜଣେ ଚାଳକ ଗୁରୁତର : ରାଉରକେଲା

ରାଉରକେଲା ସ୍ଥିତ ପାନପୋଷ ବ୍ରିଜ ମଝିରେ ବିଳମ୍ବିତ ରାତିରେ ଭାରସାମ୍ୟ ହରାଇ ଦୁଇଟି ଟ୍ରକ ମୁହାଁମୁହିଁ ଧକ୍କା ହେବା ଫଳରେ ଗୋଟିଏ ଟ୍ରକର ପ୍ରଭୂତ କ୍ଷତି ହେବା ସହିତ ଉକ୍ତ ଟ୍ରକ ଚାଳକ ରାଜୁ ସିଂହ (୫୬) ଗୁରୁତର ଆହତ ହୋଇଥିବା ବେଳେ ତାଙ୍କୁ ପ୍ରଥମେ ସ୍ଥାନୀୟ ଆରଜିଏଚକୁ ନିଆଯାଇଥିଲା । ସେଠାରେ ତାଙ୍କର ପ୍ରାଥମିକ ଚିକିତ୍ସା ପରେ ଅଧିକ ଚିକିତ୍ସା ପାଇଁ ଆଇଜିଏଚ କୁ ସ୍ଥାନାନ୍ତରିତ କରାଯାଇଥିଲା । ଉକ୍ତ ଚାଳକଙ୍କ ଜଙ୍ଘରେ ମାଡ ବାଜି ଥିବାରୁ ତାଙ୍କର ଅବସ୍ତା ଗୁରୁତର ଥିବା ଜଣାପଡିଛି । ଖବର ପାଇ ସ୍ଥାନୀୟ ପୋଲିଶ ଘଟଣାସ୍ଥଳରେ ପହଞ୍ଚି ଘୁର୍ଘଟଣା ଗ୍ରସ୍ତ ଉଭୟ ଟ୍ରକକୁ ଜବତ କରି ଥାନାକୁ ନେଇଥିବା ସହ ଥାନାରେ ଏକ ଦୁର୍ଘଟଣା ମାମଲା ରୁଜୁ ହୋଇଛି । ବିଳମ୍ବିତ ରାତିର ଘୁର୍ଘଟଣାଟି ଏତେ ଯୋର ଥିଲା ଯେ ଟ୍ରକର ତେଲ ଟାଙ୍କି ଫାଟି ବ୍ରିଜ ଉପରେ ସବୁ ତେଲ ପଡିଯିବା ସହ ଟ୍ରକର ସମ୍ମୁଖ ଭାଗ ସଂପୂର୍ଣ୍ଣ ଭାଙ୍ଗିରୁଜି ଯାଇ ଖଣ୍ଡ ଖଣ୍ଡ ହୋଇ ପାର୍ଟସ ଗୁଡିକ ବ୍ରିଜ ଉପରେ ପଡିଥିବା ପରିଲକ୍ଷିତ ହୋଇଥିଲା । ତେବେ ରଖେ ହରି ମାରେ କିଏ , ମାରେ ହରି ରଖେ କିଏ ଉକ୍ତିରେ ଦୁଇଟି ଯାକ ଟ୍ରକର ଚାଳକଙ୍କ ଅମୂଲ୍ୟ ଜୀବନ ଅଳ୍ପକେ ବର୍ତ୍ତୀ ଯାଇଛି । ପୋଲିଶ ଘଟଣାର ତଦନ୍ତ ଜାରି ରଖିଛି । ଏହି ଦୁର୍ଘଟଣା ପରେ ପାନପୋଷ ବ୍ରିଜ ବହୁ ସମୟ ଧରି ଜାମ ରହିଥିଲା । ଶେଷରେ କ୍ରେନ ସାହାର୍ଯ୍ୟରେ ଟ୍ରକକୁ ବ୍ରିଜ ଉପରୁ ନିଆଯିବାପରେ ବ୍ରିଜ ଉପରେ ଯାନବାହାନ ଯିବା ଆସିବା ସ୍ବାଭାବିକ ହୋଇଥିଲା ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here