ହାଜତ ମୃତ୍ୟୁ ମାମଲାରେ କଂଗ୍ରେସ ପକ୍ଷରୁ ୧୨ ଘଣ୍ଟିଆ ପୌରାଞ୍ଚଳ ବନ୍ଦ : ରାଉରକେଲା

ଗତ ନଭେମ୍ବର ୧୯ ତାରିଖରେ ବିରମିତ୍ରପୁର ଥାନାରେ ହୋଇଥିବା ହାଜତ ମୃତ୍ୟୁ ମାମଲାକୁ ନେଇ ରାଉରକେଲା ଜିଲ୍ଲା କଂଗ୍ରେସ ପକ୍ଷରୁ ସଂପୂର୍ଣ୍ଣ ପୌରାଞ୍ଚଳକୁ ୧୨ ଘଣ୍ଟା ବନ୍ଦ ରଖାଯାଇଛି । ୩ ଦଫା ଦାବୀ ନେଇ ଆଜିର ଏହି ବନ୍ଦ ଡାକରା ଦିଆଯାଇଛି । ପୂର୍ବରୁ ଏହି ମାମଲାରେ ରାଉରକେଲାରେ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ବିଚାର କରିବାକୁ ୭ ଦିନ ସମୟ ଦିଆଯାଇଥିଲା । ତେବେ ପୋଲିଶ ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ନିଆ ନ ଯିବାରୁ ଆଜି ବାଧ୍ୟ ହୋଇ ବିରମିତ୍ରପୁର ପୌରାଞ୍ଚଳକୁ ବନ୍ଦ କରାଯାଇଛି । ଏହି ବନ୍ଦ ପାଇଁ ତିନୋଟି ଦାବୀ ରଖାଯାଇଛି । ଉକ୍ତ ଦାବୀ ଗୁଡିକ ହେଲା ୧- ଆଇନ ଅନୁଯାୟୀ ତଦନ୍ତ କରାଯାଉ , ୨- ମୃତ ଯୁବକର ପରିବାରକୁ ୧୫ ଲକ୍ଷ ଟଙ୍କା କ୍ଷତି ପୂରଣ ଦିଆଯାଉ , ୩- ଉକ୍ତ ହାଜତ ମୃତ୍ୟୁ ଘଟଣାର ଦୋଷୀ ମାନଙ୍କୁ ନିଲମ୍ବନ କରାଯାଇ ସେମାନଙ୍କ ବିରୁଦ୍ଧରେ ୩୦୨ ଦଫାରେ ମାମଲା ରୁଜୁ କରାଯାଇ ସେମାନଙ୍କୁ ଆରେଷ୍ଟ କରାଯାଉ । ଅନ୍ୟଥା ଏହି ଦାବୀର ଖିଲାପ କରାଗଲେ ଏଭଳି କଳଙ୍କିତ ଥାନାକୁ ସବୁଦିନ ପାଇଁ ତାଲା ମାରିଦେବାର ଚେତାବନୀ ଦେଇଛନ୍ତି ରାଉରକେଲା ସାଙ୍ଗଠନିକ ଜିଲ୍ଲା କଂଗ୍ରେସ ସଭାପତି ତଥା ପୂର୍ବତନ ବିଧାୟକ ଜର୍ଜ ତିର୍କୀ । ଆଜି ଶ୍ରୀ ତିର୍କୀଙ୍କ ନେତୃତ୍ବରେ ଶହ ଶହ କଂଗ୍ରେସ କର୍ମକର୍ତ୍ତାଙ୍କୁ ନେଇ ବିରମିତ୍ରପୁର ପୌରାଞ୍ଚଳ ସଂପୂର୍ଣ୍ଣ ବନ୍ଦ କରାଯାଇଥିବା ବେଳେ ଆଜିର ବନ୍ଦକୁ ବ୍ୟବସାୟ ପ୍ରତିଷ୍ଠାନ ସହ ପୌରାଞ୍ଚଳ ବାସୀ ପୂର୍ଣ୍ଣ ସମର୍ଥନ ଦେଇଥିବା ପରିଲକ୍ଷିତ ହୋଇଛି । ପୂର୍ବତନ ବିଧାୟକ ଶ୍ରୀ ତିର୍କୀ ଓ ଟାଉନ ସଭାପତି ବିକ୍ରମ ପଟ୍ଟନାଏକ ମତବ୍ୟକ୍ତ କରିଛନ୍ତି ଯେ ଜିଲ୍ଲା ପୋଲିଶ ପ୍ରଶାସନର ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ମିଛ କହୁଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ହାଜତ ମୃତ୍ୟୁ ଘଟଣାରେ ଏସପି , କୁତ୍ରା ଥାନା ଅଧିକାରୀ , ରାଏବଗା ଥାନା ଅଧିକାରୀ , ବିରମିତ୍ରପୁର ଥାନା ଅଅଧିକାରିଣୀ ଓ ଏସଆଇ ଦ୍ବୟ ସାମିଲ ରହି ବିଭିନ୍ନ ଥାନାରେ ତାଙ୍କୁ ଲାଠି , ବେଲ୍ଟ , ଜୋତାରେ ମାରି ମାରି ତାଙ୍କର ଜୀବନ ନେଇ ଯାଇଥିବା ବେଳେ ଏସପି ମିଛରେ କହୁଛନ୍ତି ତାଙ୍କ ଦେହ ଅସସ୍ତ ଥିବାରୁ ତାଙ୍କୁ ଚିକିତ୍ସାଳୟକୁ ନେବା ବେଳେ ବାନ୍ତିକରି ବାରୁ ତାଙ୍କର ମୃତ୍ୟୁ ହୋଇଛି ଯାହା ଜନସାଧାରଣଙ୍କୁ ଭୂଆଁ ବୁଲେଇବା ସକାସେ ଡାହା ମିଛ ଅଟେ । ତେବେ ଆଂଶକାରେ ପଚରା ଉଚରା ପାଇଁ ଜଣେ ଯୁବକକୁ ରାତିରେ ଉଠେଇ ଆଣି ହାଜତ ଭିତରେ ଜୀବନରେ ମାରିଦେବାଟା କେଉଁ କାନୁନରେ ଲେଖାଯାଇଛି । ଏହି ଘଟଣାର ଦୋଷୀ ମାନଙ୍କ ପ୍ରତି ଅତିଶୀଘ୍ର ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗକୁ ବଡ ଧରଣର ଆନ୍ଦୋଳନ ସହିତ କଳଙ୍କିତ ଥାନାରେ ତାଲା ପଡିବ ବୋଲି ଦୃଢୋକ୍ତିର ସହିତ ଚେତାବନୀ ଦେଇଛନ୍ତୀ ଶ୍ରୀ ତିର୍କୀ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here