ଓଡିଶା ଅଭିଭାବକ ମହାସଂଘ କେନ୍ଦ୍ରାପଡା ତରଫରୁ ସାମ୍ବାଦିକ ସମ୍ମିଳନୀ

ଆଜି ଓଡିଶା ଅଭିଭାବକ ମହାସଂଘ ତରଫରୁ କେନ୍ଦ୍ରାପଡା ଗରାପୁର ସ୍ଥିତ ଡାକବଙ୍ଗଳା ପରିସରରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଅଛି । ଏଥିରେ ୪ଦଫା ଦାବି ନେଇ ଆଜି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥାପନ କରିଛି ଅଭିଭାବକ ମହା ସଂଘ । ସର୍ବଦଳୀୟ ବୈଠକର ନିଷ୍ପତ୍ତି ଅନୁସାରେ ଏବେ ସରକାରୀ ସ୍କୁଲ ବନ୍ଦ ନିଷ୍ପତିକୁ ସ୍ଥଗିତ ରଖାଯାଉ । ପ୍ରାୟ ୮ହଜାରରୁ ୧୦ ହଜାର ବେଆଇନ ଭାବେ ଚାଲୁଥିବା ବିନା ସ୍ବୀକୃତି ପ୍ରାପ୍ତ ଘରୋଇ ବିଦ୍ୟାଳୟ ତୁରନ୍ତ ବନ୍ଦ କରାଯାଉ । ଜିଲ୍ଲା ସ୍ତରରେ ବିଦ୍ୟାଳୟ ମିଶ୍ରଣ କମିଟିକୁ ପୁନଃ ଗଠନ କରାଯାଇ ସେଥିରେ ବିଧାୟକ,ସାଂସଦ ଓ ଶିକ୍ଷାବିତଙ୍କୁ କମିଟିରେ ନିଆଯାଉ ଏବଂ ସାଂପ୍ରତିକ ସ୍କୁଲ ବନ୍ଦର ବିକଳ୍ପ କଣ ହୋଇପାରିବ ତାର ରୁପରେଖ ପ୍ରସ୍ତୁତି ପାଇଁ ବିଶିଷ୍ଠ ଶିକ୍ଷାବିତ, ବିଶେଷଜ୍ଞ ଓ ଅଭିଭାବକଙ୍କୁ ନେଇ ପରାମର୍ଶ ସଭା ଆୟୋଜନ କରାଯାଉ । ଏହି ୪ଟି ଦାବିକୁ ନେଇ ଉପସ୍ଥାପନ କରିବା ସହିତ ଆଗକୁ ବଢିବାକୁ ଅଣ୍ଟା ଭିଛି ଅଭିଭାବକ ମହାସଂଘ । ତେବେ ଆସନ୍ତୁ ଶୁଣିବା ଗଣମାଧ୍ୟମ ଆଗରେ କଣ କହୁଛନ୍ତି ଏବଂ ପ୍ରତିକ୍ରିୟା ରଖୁଛନ୍ତି ମହାସଂଘର ଅଧ୍ୟକ୍ଷ ଶ୍ରୀଯୁକ୍ତ ବାସୁଦେବ ଭଟ୍ଟ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here