କଂଗ୍ରେସ ସରକାର ଓ ସରପଞ୍ଚଙ୍କ ବିରୋଧରେ ବିଜେଡି କର୍ମୀ ଓ ସଦସ୍ୟାମାନଙ୍କର ଜିଲ୍ଲାପାଳଙ୍କୁ ଅଭିଯୋଗ ।

ଆଜି କେନ୍ଦ୍ରାପଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରାଜକନିକା ବ୍ଲକ୍ ଅନ୍ତର୍ଗତ କାନପୁରା ତ୍ରୈଲୋକପୁର ଗ୍ରାମପଞ୍ଚାୟତର କଂଗ୍ରେସ ସରପଞ୍ଚ ଓ ପଞ୍ଚାୟତର ଭିଏଲଡବ୍ଲୁଙ୍କ ନାମରେ ସଂଗୀନ୍ ସଂଗୀନ୍ ମୂଳକ ଅଭିଯୋଗ ଆଣି ଅତିରିକ୍ତ ଜିଲ୍ଲାପାଳଙ୍କୁ ଭେଟିଲେ ଉକ୍ତ ପଞ୍ଚାୟତର ବିଭିନ୍ନ ଗ୍ରାମ ଓ ୱାର୍ଡ଼ର ବିଜେଡି ମହିଳା ସଂଘର କର୍ମକର୍ତ୍ତା ଓ ସଦସ୍ୟାମାନେ । ସବୁଠୁ ବଡକଥା ହେଉଛି ବିଜେଡି ଶାସକ ଦଳରେ ଥାଇସୁଧା ଶୁରକ୍ଷା କିମ୍ବା ସାହାଯ୍ୟର ହାତ ବଢାଉନାହିଁ ତାର ନିଜ ଦଳିୟ କର୍ମିମାନଙ୍କୁ । କଂଗ୍ରେସ ସରପଞ୍ଚ ହଇରାଣ କରୁଛି ବିଜେଡି ମହିଳାଙ୍କୁ । ଉକ୍ତ ଗ୍ରାମ ପଞ୍ଚାୟତର କିଛି ମହିଳା ସଂଗଠନର କର୍ମକର୍ତ୍ତା ମାନେ ମାନନୀୟ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ବସନ୍ତ କୁମାର ରାଉତଙ୍କୁ ଏକ ଲିଖିତ ଅଭିଯୋଗ ଦ୍ୱାରା ଜଣାଇଁଛନ୍ତି ଯେ-ବିଜୁ ପକାଘର, ଇନ୍ଦିରା ଆବାସ, ଜବ୍ କାର୍ଡ ଟଙ୍କାଠୁ ଆରମ୍ଭ କରି କରୋନା ମହାମାରୀ ପାଇଁ ବାହାର ରାଜ୍ୟରୁ ଆଶି କ୍ୱାରେଣ୍ଟାଇନ୍ ସେଣ୍ଟରରେ ରହୁଥିବା ଲୋକମାନଙ୍କୁ ୧୪ଦିନ ପାଇଁ ଦିଆ ଯାଉଥିବା ୨ହଜାର ଲେଖା ହିତାଧିକାରୀଙ୍କ ପ୍ରାପ୍ୟକୁ ମଧ୍ୟ କଂଗ୍ରେସ ସରକାର ବା ଦଳର ସରପଞ୍ଚ ବିଜେଡି ଦଳର ଦଳିତ ଲୋକ ବା ମହିଳା ମାନଙ୍କୁ ହଇରାଣ ହରକତ କରିବାଠୁ ଆରମ୍ଭ କରି ଲକ୍ଷାଧିକ ଟଙ୍କା ଲୁଟିନେଇ କାମ ନକରିବା ଭଳି ଅଭିଯୋଗ ଆଣି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖୁଛନ୍ତି ଜିଲ୍ଲା ପାଳଙ୍କ କାର୍ଯ୍ୟାଳୟକୁ ଆସିଥିବା ମହିଳା ମାନେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here