ଡାବୁଗାଁ ରେ ଧାନମଣ୍ଡି ଉଦଘାଟିତ

ଡାବୁଗାଁ,୧/୧୨ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ହାଟ ଠାରେ ଧାନମଣ୍ଡି ମଙ୍ଗଳବାର ଉଦଘାଟିତ ହୋଇଯାଇଛି | ଏଥିରେ ଡାବୁଗାଁ ତହସିଲଦାର ଡା॰ ଉମେଶ କୁମାର ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମଣ୍ଡି ଉଦଘାଟନ କରିଥିଲେ | ଏଥିରେ ଡାବୁଗାଁ ଠାରେ ମଙ୍ଗଳବାର ଓ ବୁଧବାର ଏବଂ ଜୁନାପାଣି ଠାରେ ଶୁକ୍ରବାର ଦିନ ମଣ୍ଡିରେ ଧାନ କ୍ରୟ କରାଯିବ | ଏଥିରେ ସାଧାରଣ ଶ୍ରେଣୀର ଧାନ କୁଇଣ୍ଟାଲ ପ୍ରତି ଦର ୧୮୬୮/- ଓ ଏଫଏକ୍ୟୁ ଧାନ ୧୮୮୮/- ରହିଛି | ଧାନ ବିକ୍ରି ର ୨ ଦିନ ବା ୪୮ ଘଣ୍ଟା ମଧ୍ୟ ରେ ଚାଷୀ ତାର ବ୍ୟାଙ୍କ ପାଶବହି ମାଧ୍ୟମରେ ଧାନର ମୂଲ୍ୟ ପାଇପାରିବ ବୋଲି ଅଧିକାରୀ ମାନେ କହିଥିଲେ | ଏଥିରେ ସାଂସଦ ପ୍ରତିନିଧି ଏମ୍॰ ଆପ୍ପା ରାଓ, ବିଜେଡି ବ୍ଲକ ସଭାପତି ସୁରେନ୍ଦ୍ର କୁମାର ମିଶ୍ର, କଂଗ୍ରେସ ବ୍ଲକ ସଭାପତି ଜି॰ ସାଇରାଜୁ, ସହକାରୀ ଯନ୍ତ୍ରୀ ବିଜୟ କୁମାର ସିଂ, ଡ଼ଙ୍ଗରିଗୁଡା ପଞ୍ଚାୟତ ସରପଞ୍ଚ ଅମ୍ବିକା ମାଝୀ, ଯୋଗାଣ ନିରିକ୍ଷକ ପ୍ରିୟ ରଞ୍ଜନ ନାୟକ, ଲ୍ୟାମ୍ପ୍ସ ପରିଚାଳନା ନିର୍ଦ୍ଦେଶକ ଆର॰ ଶଙ୍କର ରାଓ, ଲ୍ୟାମ୍ପ୍ସ ସଭାପତି ଇନ୍ଦ୍ର ଭତ୍ରା , ଆରଏମସିର ସୁନୀଲ କୁମାର ପାତ୍ର, ମିଲର ଜି॰ଭେଙ୍କେଟ ରାବଣା , ଜି ॰ ଭେଙ୍କେଟଶ୍ଵର ରାଓ ଏବଂ ଡାବୁଗାଁ ବ୍ଲକ ଚାଷୀ ମହାସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର, ସମ୍ପାଦକ ଦେବୀ ପ୍ରସାଦ ରଥ, କର୍ମକର୍ତ୍ତା ରାଜେନ୍ଦ୍ର କୁମାର ମିଶ୍ର, ବାବି ଜେନା, ଶିବ ପ୍ରସାଦ ମିଶ୍ର ଓ ଚାଷୀମାନେ ଉପସ୍ଥିତ ଥିଲେ | ଶେଷରେ ବ୍ଲକ ଚାଷୀ ମହାସଂଘ ତରଫରୁ ସ୍ଵଛତା ଅବଲମ୍ବନ କରି ଓ ଚାଷୀ ମାନଙ୍କୁ ହଇରାଣ ନକରି ସୁରୁଖୁରୁରେ ମଣ୍ଡି ପରିଚାଳନା କରିବାକୁ ତହସିଲଦାରଙ୍କୁ ଏକ ଦାବିପତ୍ର ପ୍ରଦାନ କରଯାଇଥିଲା |

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here