ସ୍କୁଟି ଓ ଟ୍ରକ ଧକ୍କାରେ ଯୁବକ ମୃତ :

ଘରୁ ବାହାରି କୌଣସି କାମରେ ଯାଉଥିବା ବେଳେ ଟ୍ରକ୍ ଧକ୍କାରେ ଜନୈକ ଯୁବକର ଅମୂଲ୍ୟ ଜୀବନ ରାସ୍ତା ଦୁର୍ଘଟଣାରେ ଚାଲିଯାଇଥିଲା l ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ସୁନ୍ଦରଗଡ଼ ଜିଲ୍ଲା କୁଆଁରମୁଣ୍ଡା ଫାଣ୍ଡି ଅନ୍ତର୍ଗତ ହାତୀବାରି ରାସ୍ତାରେ ଥିବା କାଲୋସିହିରିଆ ବ୍ରିଜ ନିକଟରେ l କୁଆଁରମୁଣ୍ଡା ସ୍ଥିତ ଭାଟ୍ଟି ଟୋଲାର ବାସିନ୍ଦା ମୃତ ଯୁବକ ମହମ୍ମଦ ସହବାଜ ଖାଁ (୨୮) ଘରୁ ନିଜ ସ୍କୁଟିରେ ଓଡି୧୪କ୍ୟୁ ୪୮୧୫ ରେ କୈ‌ଣସି କାମରେ ହାତୀବାରୀ ଅଞ୍ଚଳ କୁ ଯାଉଥିବା ବେଳେ ହାତୀବାରି ପଟୁ ଆସୁଥିବା ଏକ ଦଶ ଚକିଆ ଓ ଡି୧୯କ୍ୟୁ ୫୫୧୬ ନଂ ଟ୍ରକ୍ ସ୍କୁଟି କୁ ଧକ୍କା ଦେବାରୁ ଘଟଣା ସ୍ଥଳରେ ସ୍କୁଟି ଚାଳକ ଗୁରୁତର ହୋଇଥିଲେ I ତାଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକଙ୍କ ସହାୟତରେ ଚିକିତ୍ସା ପାଇଁ ଆରଜିଏଚ୍ ନେଉଥିବା ବେଳେ ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା l ଖବର ପାଇ କୁଆଁରମୁଣ୍ଡା ଫାଣ୍ଡି ପୋଲିଶ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ଟ୍ରକ୍ ଓ ସ୍କୁଟି କୁ ଜବତ କରିଥିଲା l ଏ ନେଇ କୁଆଁରମୁଣ୍ଡା ଫାଣ୍ଡି ରେ ଏକ ଦୁର୍ଘଟଣା ଜନିତ ମୃତ୍ୟୁ ମାମଲା ରୁଜୁ ହୋଇଛି l ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଟ୍ରକ ଚାଳକ ଫେରାର ହୋଇଯାଇଥିବା ଜଣାପଡ଼ିଛି । ମୃତ ଯୁବକର ଶବ ଆରଜିଏଚ ଶବ ଗୃହରେ ଅଛି । ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଫାଣ୍ଡି ଅଧିକାରୀ ମତବ୍ୟକ୍ତ କରିଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here