ମୋଟର ସାଇକେଲ ଦୁର୍ଘଟଣା ଗ୍ରସ୍ତ , ୪ ଆହତ ଓ ୧ ଗୁରୁତ୍ତର

ଡାବୁଗାଁ, ୩୦/୧୧ ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଜଟାବାଲ ଗ୍ରାମ ନିକଟ ପେଟ୍ରୋଲ ପମ୍ପ ସମ୍ମୁଖରେ ସୋମବାର ସନ୍ଧ୍ୟା ୬ ଘ॰୩୦ ମିନିଟ ସମୟରେ ମୋଟର ସାଇକେଲ ଦୁର୍ଘଟଣା ଘଟି ୪ ଜଣ ଆହତ ହୋଇଥିବା ବେଳେ ଜଣେ ଗୁରୁତ୍ତର ହୋଇଥିବା ଜଣାପଡିଛି | ସୂଚନାଯୋଗ୍ୟ:- ଆଜି ସନ୍ଧ୍ୟା ୬ ଘ॰୩୦ ମିନିଟ ସମୟରେ ଜଟାବାଲ ଗ୍ରାମର ମାଇକେଲ ହିଆଲ (୨୧) ଓ ବିଜୟ କୁଳଦୀପ (୨୨) ଜଟାବାଲର ହାଇସ୍କୁଲ ପଡିଆରେ କ୍ରିକେଟ ଖେଳି ଚାଲି ଚାଲି ଘରକୁ ଫେରୁଥିବା ସମୟରେ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ମୋଟର ସାଇକେଲ ନଂ ଓଡି ୧୦ ଏମ ୭୪୯୧ ଆସି ପଛ ପଟୁ ଧକ୍କା ଦେବାରୁ ୨ ଯୁବକ ତଳେ ପଡିଯାଇଥିଲେ | ଫଳରେ ବିଜୟ ଆହତ ହୋଇଥିବା ବେଳେ ମାଇକେଲଙ୍କର ଗୋଡ ଭାଙ୍ଗି ଯାଇଛି | ଉକ୍ତ ମୋଟର ସାଇକେଲରେ ଜଟାବାଲ ନିକଟ ସରଗୁଡା ଗ୍ରାମର ପ୍ରଶାନ୍ତ, ଆସମନ ଓ ଜଗ ମିଶି ନିଜ ଘରକୁ ଫେରୁଥିବା ବେଳେ ଦୁର୍ଘଟଣା ଘଟି ପ୍ରଶାନ୍ତ ଗୁରୁତ୍ତର ଆଘାତ ପ୍ରାପ୍ତ ହୋଇଥିବା ସ୍ଥଳେ ଅନ୍ୟ ୨ ଜଣ ଆହତ ହୋଇଛନ୍ତି | ଖବର ପାଇ ଘଟଣାସ୍ଥଳରେ ଜଟାବାଲ ବିଟ ହାଉସ ପୋଲିସ ପହଞ୍ଚି ଆହତ ମନକୁ ଉଦ୍ଧାର କରି ୨ ଟି ୧୦୮ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ନେଇ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛି |

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here