କରୋନା କଟକଣା ସତ୍ତ୍ୱେ କାର୍ତ୍ତିକ ପୂର୍ଣ୍ଣିମା ପାଳିତ

ଡାବୁଗାଁ, ୩୦/୧୧ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକରେ କରୋନା କଟକଣା ସତ୍ତ୍ୱେ କାର୍ତ୍ତିକ ପୂର୍ଣ୍ଣିମା ସୋମବାର ପାଳିତ ହୋଇଯାଇଛି | ଆଜି ଭୋର ୪ ଘ॰ ଠାରୁ ଡାବୁଗାଁ ବ୍ଲକର ବିଭିନ୍ନ ଶିବ ମନ୍ଦିର, ଜଗନ୍ନାଥ ମନ୍ଦିର ଓ ରାଧାକୃଷ୍ଣ ମନ୍ଦିର କୁ ଭକ୍ତ ମାନେ ମହାପ୍ରଭୁ ଙ୍କ ଦର୍ଶନ ପାଇଁ ପହଞ୍ଚି ଥିଲେ କିନ୍ତୁ ପ୍ରଶାସନ ପକ୍ଷରୁ କରୋନା କଟକଣା ପାଇଁ ମନ୍ଦିର ଫାଟକ ରେ ତାଲା ପଡିଥିଲା | ପୂଜକ ମନ୍ଦିରର ନୀତିକନ୍ତି ଯଥା ରୀତିରେ ପାଳନ କରିଥିଲେ | ତାଲା ବନ୍ଦ ଥିବାରୁ ଶ୍ରଦ୍ଧାଳୁ ଓ ଭକ୍ତ ବାହାରେ ଦୀପ ଜାଳି ଆରାଧନା କରି ଘରକୁ ଫେରିଥିଲେ | ଡାବୁଗାଁ ବ୍ଲକର ପ୍ରସିଦ୍ଧ କେଲିଆ ଶୈବପୀଠ ରେ ମଧ୍ୟ ଭକ୍ତ ମାନଙ୍କ ଦର୍ଶନ କୁ ବାରଣ କରାଯାଇଥିଲା | ପୂର୍ବରୁ ମନ୍ଦିର ପରିଚାଳନା କମିଟି ପକ୍ଷରୁ କରୋନା କଟକଣା ପାଇଁ ପୂର୍ଣ୍ଣିମା ଦିନ ମନ୍ଦିରରେ ଭକ୍ତ ମାନେ ମହାପ୍ରଭୁ ଙ୍କ ଦର୍ଶନ ନକରିବା ପାଇଁ ଡାକବାଜି ଯନ୍ତ୍ର ମାଧ୍ୟମରେ ଘୋଷଣା କରଯାଇଥିଲା | ତଥାପି କିଛି ଭକ୍ତ ମାନେ ମହାପ୍ରଭୁ ଙ୍କୁ ଦର୍ଶନ ପାଇଁ କେଲିଆରେ ପହଞ୍ଚି ଥିଲେ | ସେଠାରୁ ଭକ୍ତ ମାନଙ୍କୁ ସୁରକ୍ଷା କର୍ମୀ ମାନେ ରାସ୍ତାରୁ ହିଁ ଫେରାଇ ଦେଇଥିଲେ | ଡାବୁଗାଁ ର ବିଭିନ୍ନ ମନ୍ଦିର ସମ୍ମୁଖରେ ସୁରକ୍ଷା କର୍ମୀ ମାନେ ଆଜି ଦିନ ତମାମ ଜଗି ରହିଥିଲେ |

ନବରଙ୍ଗପୁର ଜିଲା ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here