ଘଞ୍ଚ ଜଙ୍ଗଲରୁ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର – ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ

ଅନୁଗୁଳ – ଜଙ୍ଗଲ ଭିତରେ ପଡି ରହିଛି ଯୁବତୀଙ୍କ ମୃତଦେହ । ସାତକୋଶିଆ ଅଭୟାରଣ୍ୟର ସୁରିସପାଳ ଜଙ୍ଗଲରେ ଏହି ଯୁବତୀଙ୍କ ଗଳିତ କ୍ଷତ ବିକ୍ଷତ ମୃତ ଦେହ ପଡିଥିବା ଦେଖି ଗାଁଲୋକ ପୋଲିସକୁ ସୂଚନା ଦେଇଥିଲେ । ଯୁବତୀଙ୍କ ପରିଚୟ ଅସ୍ପଷ୍ଟ ରହିଥିବା ବେଳେ ତାର ଆନୁମାନିକ ବୟସ ପ୍ରାୟ ୧୭ ରୁ ୧୮ ବର୍ଷ ହେବ ବୋଲି ଜଣାପଡିଛି । ଦୁଷ୍କର୍ମ ପରେ ତାଙ୍କୁ କେହି ହତ୍ୟା କରି ଫୋପାଡ଼ି ଦେଇଥିବା ସନ୍ଦେହ କରାଯାଉଛି । ମୃତ ଦେହଟି ପଚିସଢ଼ି ଯାଇଥିବାରୁ ୩/୪ ଦିନ ପୂର୍ବେ ଏହି ଘଟଣା ଘଟିଥିବା ଅନୁମାନ କରା ଯାଉଛି। ଖବର ପାଇ ବନ୍ତଳା ପୋଲିସ ଓ ଅନୁଗୁଳ ଏସ.ଡି.ପି.ଓ ସଦଳବଳେ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here