ଚୋରି କରିବାକୁ ଯାଇ ଧରା ପଡି ନିର୍ଧୁମ ଛେଚା ଖାଇଲେ ଚୋର


ତାଳଚେର – ଅନୁଗୁଳ ଜିଲ୍ଲା ସମଲ ଥାନା ସିପୁର ଗାଁକୁ ଚୋରି କରିବାକୁ ଯାଇଥିବା ବେଳେ ଲୋକଙ୍କ ହାବୁଡ଼ରେ ପଡି ଦୁଇଜଣ ନିର୍ଧୁମ ଛେଚା ଖାଇଛନ୍ତି । ସୂଚନା ଅନୁସାରେ ଆଜି ୩ ଜଣ ଦୁର୍ବୃତ୍ତ (ସୋମବାର) ସିପୁର ଗ୍ରାମକୁ ଗାଁରେ ଛିଡା ହୋଇଥିବା ଟ୍ରକରୁ ଡିଜେଲ ଓ ବ୍ୟାଟେରୀ ଭଳି ଯନ୍ତ୍ରାଂଶ ଚୋରି କରିବାକୁ ଯାଇଥିଲେ । ତେବେ ସେମାନେ ଚୋରି ଉଦ୍ୟମ କରୁଥିବା ବେଳେ ହଠାତ ଗାଁ ଲୋକଙ୍କ ହାବୁଡ଼ରେ ପଡି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣେ ଫେରାର ହୋଇଯିବାକୁ ସକ୍ଷମ ହୋଇଥିବା ବେଳେ ଅନ୍ୟ ଦୁଇ ଜଣ ଲୋକଙ୍କ ପ୍ରଶ୍ନର ସଠିକ ଉତ୍ତର ଦେଇ ପାରି ନଥିଲେ । ଫଳରେ ଚୋରି କରିବାକୁ ଆସିଥିବା ଜାଣି ସେମାନଙ୍କୁ ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡିଥିଲା । ଗାଁ ଲୋକ ଉଭୟଙ୍କୁ ନିର୍ଧୂମ ମାଡ଼ ମାରି ପୋଲିସକୁ ସୂଚନା ଦେଇଥିଲେ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ସେମାନଙ୍କ ନିକଟରୁ ମାରଣାସ୍ତ୍ର ମଧ୍ୟ ଜବତ ହୋଇଥିବା ଗାଁ ଲୋକ ସୂଚନା ଦେଇଛନ୍ତି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here