ଅଶୁଭ ସୋମବାର : ଦୁର୍ଘଟଣା ନେଲା ୩ ଜୀବନ

ଅନୁଗୁଳ – ଅନୁଗୁଳ ଜିଲ୍ଲାର ଭିନ୍ନ ଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟି ୩ ଜଣଙ୍କର ମୃତ୍ୟୁ ହୋଇଛି । ସୂଚନା ଅନୁସାରେ କିଶୋରନଗର ଥାନା ହିମିତିରା ଛକ ଠାରେ ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ଦୁଇ ଜଣଙ୍କର ମୃତ୍ୟୁ ହୋଇଛି । ମୃତ ଯୁବକ ଦୁଇଜଣ ରେଢ଼ାଖୋଲ ଅଞ୍ଚଳର ଚାରମାଳ ଏବଂ ଲାଣ୍ଡିମାଳ ଗ୍ରାମର ବୋଲି ଜଣା ପଡ଼ିଛି । ଏହି ଦୁଇ ଯୁବକ ମୋଟରସାଇକେଲରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ । ସେହିଭଳି ରବିବାର ଅପରାହ୍ନରେ ପୁରୁଣାକୋଟ ଥାନା ଅନ୍ତୁଳିଆ ନିକଟରେ ଏକ ଟ୍ରକ ଧକ୍କାରେ ଜଣେ ମୋଟରସାଇକେଲ ଆରୋହିଙ୍କର ମୃତ୍ୟୁ ହୋଇଛି । ମୃତକ ଜଣଙ୍କ ଠାକୁରଗଡ଼ ଥାନା ତାଳମହିଳା ଗ୍ରାମର ଲିଙ୍ଗରାଜ ମାଝୀ । ଦୁର୍ଘଟଣା ପରେ ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here