ବୋଇତ ବନ୍ଦାଣ ବେଳେ ଅଘଟଣ : ଯାଜପୁର ଦୁଧେଇ ନାଳରେ ପଡି ଶିଶୁ ପୁତ୍ର ମୃତ।

ଯାଜପୁର : ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ରେ ଯାଜପୁର ଏରବାଙ୍କ ଅଞ୍ଚଳରେ ଡଙ୍ଗା ଭସାଇବା ବେଳେ ୫ ବର୍ଷର ଜଣେ ଶିଶୁ ପୁତ୍ରର ମୃତ୍ୟୁ ହୋଇଛି। ମୃତକ ଜଣକ ହେଉଛନ୍ତି ରଘୁନାଥପୁର ଗ୍ରାମର ଦେବବ୍ରତ ବାରିକଙ୍କ ପୁଅ ସୁଧାଂଶୁ ଶେଖର ବାରିକ। ପାଖ ଦୁଧେଇ ନାଳରେ ଡଙ୍ଗା ଭାସୁଥିବା ଦେଖି ପିଲାଟି ସେଠାକୁ ଯାଇଥିଲା ଓ ପାଣିରୁ ଡଙ୍ଗା ଆଣିବାକୁ ଉଦ୍ୟମ କରୁଥିବା ବେଳେ ଉକ୍ତ ଦୁର୍ଘଟଣା ହୋଇଥିବା ଆଶଙ୍କା କରୁଛନ୍ତି ସ୍ଥାନୀୟ ଲୋକେ। ତେବେ ତାଙ୍କୁ ପରିବାର ଲୋକ ଉଦ୍ଧାର କରି ସଙ୍ଗେ ସଙ୍ଗେ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଏ ନେଇ ସଦର ଥାନା ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି। ତେବେ ବୋଇତ ବନ୍ଦାଣ ଉତ୍ସବ ରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here