ବଲାଙ୍ଗୀର ରେ କପା ର ଚାଲିଛି ଚୋରା କାରବାର।

ବଲାଙ୍ଗୀର : ବଲାଙ୍ଗୀର ଜିଲ୍ଲାରେ ଧାନ ପରେ କପା ଚାଷ ହେଉଛି ମୁଖ୍ୟ ଅର୍ଥକାରୀ ଫସଲ। ସାରା ଦେଶରେ ବଲାଙ୍ଗୀର ଜିଲ୍ଲାର କପାର ଗୁଣାତ୍ମକ ମାନ ସବୁଠୁ ଅଧିକ।ହେଲେ କପା ର କଳା କାରବାରକୁ ନେଇ ଏବେ ବଲାଙ୍ଗୀର ରେ ବେଶ ଚର୍ଚ୍ଚା। କୃଷି ବିଭାଗର କହିବା ଅନୁସାରେ ଚଳିତ ବର୍ଷ ବଲାଙ୍ଗୀର ଜିଲ୍ଲାରେ ୫୦ ହଜାର ୩୩ ହେକ୍ଟର ଜମିରେ କପା ଚାଷ ହୋଇଛି। ୭ ଲକ୍ଷ ୪୮ ହଜାର କୁଇଣ୍ଟାଲ କପାର ଉତ୍ପାଦନ ର ଲକ୍ଷ୍ୟ ରହିଛି। କିନ୍ତୁ ମିଲର୍ସଙ୍କ ଯୋଗୁଁ ଏବେ କପା ଚାଷୀ ଶୋଷିତ ହେଉଛନ୍ତି। ପୂରା ପ୍ରକ୍ରିୟା ଦେଖିଲେ ଚାଷୀଙ୍କୁ ନାନା ଉପାୟରେ ମିଲର୍ସ ଲୁଟୁଛନ୍ତି। ଦଲାଲଙ୍କ ନାଁ ରେ ମିଛ ରେଜିଷ୍ଟ୍ରେସନ କରାଯାଇ ତାଙ୍କ ଆକାଉଣ୍ଟ ରେ ଟଙ୍କା ଜମା କରାଯାଇଥାଏ। ଏ ସବୁରେ ସଲାସୁତୁରା କରି ଥାଆନ୍ତି କପା କିଣୁଥିବା ସିସିଆଇ ଓ ମଣ୍ଡି ଦାୟିତ୍ବ ରେ ଥିବା ଆରଏମସି କର୍ମଚାରୀ।ଖୋଲା ଖୋଲି ଚାଷୀ ଅଭିଯୋଗ କରୁଥିଲେ ବି ମିଲର୍ସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେଉ ନାହିଁ। ମିଲର୍ସଙ୍କ ମନମାନି ଯୋଗୁଁ ମଣ୍ଡି ଖୋଲେ ନାହିଁ। ଏଠି ଚାଷୀ ହତାଶ ହୁଅନ୍ତି ଓ ମିଲର୍ସ ମାଲାମାଲ ହୁଅନ୍ତି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here