ଶ୍ରୀଲଙ୍କା କଲମ୍ବୋ ଜେଲରେ ହିଂସାକାଣ୍ଡ :୮ କଏଦୀ ମୃତ, ୫୦ରୁ ଅଧିକ ଲୋକ ଆହତ

ଶ୍ରୀଲଙ୍କା : ଶ୍ରୀଲଙ୍କାର ରାଜଧାନୀ କଲମ୍ବୋ ଉପକଣ୍ଠରେ ଥିବା ଏକ କାରାଗାରରେ କଏଦୀ ଓ ଜେଲ ଅଧିକାରୀଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଛି । ଏଥିରେ ୮ ଜଣ କଏଦୀଙ୍କର ମୃତ୍ୟୁ ହୋଇଥିବାବେଳେ ପାଖାପାଖି ୫୦ ଜଣ ଲୋକ ଆହତ ହୋଇଛନ୍ତି । କାରାଗାରର ମୁଖ୍ୟ ଦ୍ୱାର ଜେଲର କଏଦୀମାନେ ବଳପୂର୍ବକ ଖୋଲିବାକୁ ନେଇ ଏହି ଗଣ୍ଡଗୋଳ ହୋଇଛି । କାରଣ କଏଦୀମାନେ ଏଠାରୁ ଖସିଯିବାକୁ ଉଦ୍ୟମ କରୁଥିଲେ । ଫଳରେ ପୋଲିସକୁ ବଳ ପ୍ରୟୋଗ କରିବାକୁ ପଡ଼ିଥିଲା । ସୂଚନାଯୋଗ୍ୟ, କରୋନା ସଂକଟ କାଳରେ ଶ୍ରୀଲଙ୍କାର ଜେଲରେ କ୍ଷମତାଠାରୁ ଅଧିକ କଏଦୀଙ୍କୁ ରଖାଯିବା ନେଇ କିଛି ମାସ ପୂର୍ବରୁ ବିରୋଧ ହୋଇଆସୁଛି । କିଛି ଜେଲରେ କଏଦୀମାନେ ବିରୋଧ ପ୍ରଦର୍ଶନ ମଧ୍ୟ କରିଛନ୍ତି । ଏହାରି ମଧ୍ୟରେ ସୋମବାର କଲମ୍ବୋ ଉପକଣ୍ଠରେ ଥିବା ମହାରା ଜେଲରେ କଏଦୀମାନଙ୍କ ଅସନ୍ତୋଷ ବଢ଼ିଛି । ପୋଲିସ ମୁଖପାତ୍ର ଅଜିତ ରୋହାନା ଗଣମାଧ୍ୟମକୁ କହିଛନ୍ତି, କଲମ୍ବୋ ଠାରୁ ୧୫ କିଲୋମିଟର ଦୂରରେ ଥିବା ମହାରା ଜେଲରେ କଏଦୀମାନେ ହିଂସାକାଣ୍ଡ କରିଥିଲେ । ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଜେଲ ଅଧିକାରୀ ଓ ପୋଲିସକୁ ବଳ ପ୍ରୟୋଗ କରିବାକୁ ପଡିଛି, ଯେଉଁଥିରେ କି ୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କ ମଧ୍ୟରୁ କିଛି ଲୋକ ଗୁରୁତର ଥିବା ବେଳେ ସେମାନଙ୍କୁ ହସ୍ୱିଟାଲରେ ଭର୍ତ୍ତି କରାଯାଇଛି । 

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here