ବ୍ରହ୍ମପୁତ୍ର ନଦୀ ରେ ଚୀନ ଡ୍ୟାମ ନିର୍ମାଣ କରି ଭାରତକୁ ପୁଣି କଲା ଟାର୍ଗେଟ।

ବେଜିଙ୍ଗ : ଚୀନ ବାରମ୍ବାର ଭାରତ ଉପରେ ଆକ୍ରମଣ କରି ଆସୁଛି। ଭାରତ ମଧ୍ୟ ତା’ର କଡା ଜବାବ ଦେଉଛି। ଏବେ ବ୍ରହ୍ମପୁତ୍ର ନଦୀ ଉପରେ ଚୀନ ଡ୍ୟାମ ନିର୍ମାଣ କରି ଭାରତକୁ ହଇରାଣ କରିବାକୁ ଚକ୍ରାନ୍ତ କରିଛି। ତିବ୍ବତ ଅନ୍ତର୍ଗତ ବାସ୍ତବ ନିୟନ୍ତ୍ରଣ ରେଖା ସନ୍ନିକଟ ୟାର୍ଲୁଙ୍ଗ ଜାଙ୍ଗବୋ ନଦୀର ତଳ ମୁଣ୍ଡରେ ଚୀନ ଏକ ସୁପର ଡ୍ଯାମ ନିର୍ମାଣ କରିବ ବୋଲି ରବିବାର ଦିନ ରାଷ୍ଟ୍ରୟତ୍ତ ଗଣମାଧ୍ୟମ ସୂଚନା ଦେଇଛି। ତିବ୍ବତ ଅଟନୋମସ ରିଜନରୁ ସୃଷ୍ଟ ୟାର୍ଲୁଙ୍ଗ ଜାଙ୍ଗବୋ ନଦୀ ଅରୁଣାଚଳ ପ୍ରଦେଶର ଓ ଆସାମ ଦେଇ ବାଙ୍ଗଲାଦେଶ କୁ ପ୍ରବାହିତ ହେଉଛି। 

ଅକ୍ଟୋବର ୧୬ ତାରିଖ ଦିନ ଟିଏଆର ସରକାରଙ୍କ ସହ ପାରସ୍ପରିକ ବୁଝାମଣା ମଧ୍ୟରେ ୧୪ ଶ ପଞ୍ଚବାର୍ଷିକ ଯୋଜନା ରାଜିନାମା ସ୍ୱାକ୍ଷର କରି ପାୱାର ଇନସଟ୍ରକସନ କର୍ଫ ଅଫ ଚାଇନା ଉକ୍ତ ଜଳ ଭଣ୍ଡାରର ପ୍ରାରମ୍ଭିକ କାର୍ଯ୍ୟ ଆରମ୍ଭ କରିଛି। ରାଷ୍ଟ୍ରାୟତ୍ତ ଟାବଲଏଡ ଗ୍ଲୋବାଲ ଟାଇମସ ଏକ ରିପୋର୍ଟ ରେ କହିଛି ଯେ ଚୀନ ଏକ ଜଳ ବିଦ୍ୟୁତ ପ୍ରକଳ୍ପ ନିର୍ମାଣ କରିବ। ତେବେ ଏଥି ଯୋଗୁଁ ଉତ୍ତର ପୂର୍ବ ଭାରତର ଜଳ ନିରାପତ୍ତା ବ୍ୟାପକ ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here