ଭାରତରେ ପ୍ରଥମ ଥର ପାଇଁ ବସିବ ଏସସିଓ ବୈଠକ।

ନୂଆଦିଲ୍ଲୀ : ଭାରତ ତା’ର ଶକ୍ତି ଧିରେ ଧିରେ ବିଶ୍ୱରେ ପ୍ରତିପାଦିତ କରିବାରେ ଲାଗିଛି। କରୋନା ସଂକ୍ରମଣ ରୋକିବାରେ ହେଉ କିମ୍ବା ରାଫେଲ ବିମାନ ଚଳାଚଳ ରେ ହେଉ ଭାରତ ଆଗରେ ରହିଛି। ତେବେ ୨୦୧୭ ମସିହାରେ ସାଂଘାଇ ସହଯୋଗ ସଂଗଠନର (ଏସସିଓ) ସଦସ୍ୟ ହୋଇଥିଲା ଭାରତ। ସଦସ୍ୟ ହେବାର ମାତ୍ର ୩ ବର୍ଷ ଭିତରେ ନିଜ ଦେଶରେ ବୈଠକ କରିବାର ସୁଯୋଗ ପାଇଛି ଭାରତ। ଏହାର ସଦସ୍ୟତା ପାଇଥିବା ଦେଶ ଗୁଡିକ ମଧ୍ୟରେ ଭାରତ, ଚୀନ, ଋଷ, ପାକିସ୍ତାନ, କାଜିଖସ୍ତାନ ଭଳି ରାଷ୍ଟ୍ର ଗୁଡିକ ରହିଛନ୍ତି।

ଏହି ବୈଠକରେ ଚୀନର ପ୍ରଧାନମନ୍ତ୍ରୀ ଲି କଚିଆଙ୍ଗ ସାଂଘାଇ ସହଯୋଗ ସଂଗଠନର ସରକାରୀ ମୁଖ୍ୟ ମାନଙ୍କ ଉନ୍ନବିଂଶ ବୈଠକରେ ଅଂଶଗ୍ରହଣ କରିବେ। ଗତ ସପ୍ତାହରେ ଏସସିଓ ର ସାଧାରଣ ସମ୍ପାଦକ ବ୍ଲାଦିମିର ନୋରବ ଏକ ସାମ୍ବାଦିକ ସମ୍ମିଳନୀରେ କହିଥିଲେ ଯେ ଉକ୍ତ ବୈଠକରେ ଅର୍ଥନୈତିକ ସହଯୋଗ ମୁଖ୍ୟ ପ୍ରସଙ୍ଗ ହେବ। ଏହି ବୈଠକର ଆୟୋଜନ କରି ଭାରତ ବେଶ ଗୌରବ ଅର୍ଜନ କରିବ। ହେଲେ କରୋନା ମହାମାରୀ ପାଇଁ ବୈଠକ କେବଳ ଭର୍ଚୁଆଲ ପ୍ଲାଟଫର୍ମରେ ହେବ ବୋଲି ଜଣା ପଡିଛି। ଏହି ବୈଠକ ଡିସେମ୍ବର ୩୦ ତାରିଖରେ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here