ଆଜି ବିଶ୍ବ ଏଡସ୍ ଦିବସ।

ଆଜି ହେଉଛି ବିଶ୍ୱ ଏଡସ୍ ଦିବସ। ଡିସେମ୍ବର ୧ କୁ ବିଶ୍ୱ ଏଡସ୍ ଦିବସ ପାଳନ କରାଯାଏ। ଏଡସ୍ ନିୟନ୍ତ୍ରଣ ପାଇଁ ସାରା ବିଶ୍ୱରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏଥିରେ ଲୋକଙ୍କୁ ଏଡସ୍ ସଚେତନତାର ବାର୍ତ୍ତା ଦିଆଯାଏ। ଆମ ରାଜ୍ୟରେ ଏଡସ୍ ନିୟନ୍ତ୍ରଣ ବୋର୍ଡ଼ ପକ୍ଷରୁ ବିଭିନ୍ନ ପ୍ରକାର ର କାର୍ଯ୍ୟକ୍ରମ ଆୟୋଜିତ କରାଯାଏ। ଏବେ ବି ଏଡସ୍ ର ସାଂଘାତିକ ପରିସ୍ଥିତି ଆମ ରାଜ୍ୟରେ ଦେଖିବାକୁ ମିଳିଛି। ସବୁଠାରୁ ଅଧିକ ଏଡସ୍ ଆକ୍ରାନ୍ତ ହେଉଛନ୍ତି ଗଞ୍ଜାମ, ଯାଜପୁର ଓ ଭଦ୍ରକ। ୨୦୧୩ ସୁଦ୍ଧା ସାରା ବିଶ୍ୱରେ ୩.୬ କୋଟି ମଣିଷ ଏଡସ୍ ଯୋଗୁଁ ପ୍ରାଣ ହରାଇଛନ୍ତି। ସାଂପ୍ରତିକ ବିଶ୍ୱ ରେ ଏହି ରୋଗ ଏକ ବଡ ସ୍ୱାସ୍ଥ୍ୟ ସମସ୍ୟା ଯାହାକୁ ଅଦ୍ୟାବଧି ସମ୍ପୂର୍ଣ୍ଣ ଭାବେ ନିୟନ୍ତ୍ରିତ କରା ଯାଇପାରି ନାହିଁ। ଏଥିରୁ ବର୍ତ୍ତିବା ର ଏକମାତ୍ର ଉପାୟ ହେଉଛି ସଚେତନତା। ଏହା ବାବଦରେ ସଚେତନତା ସୃଷ୍ଟି କରିବା ଏହି ଦିବସର ମୂଳ ଲକ୍ଷ୍ୟ। ଉଲ୍ଲେଖଯୋଗ୍ୟ ଯେ ନିରନ୍ତର ଉଦ୍ୟମ ଯୋଗୁଁ ଏହା ଆଉ ବ୍ୟାପୁ ନାହିଁ। 

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here