ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ

ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ। ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ମଧ୍ୟ ତାଙ୍କୁ ବହିଷ୍କାର କରାଯାଇଛି। ଜନ ବିରୋଧୀ କାର୍ଯ୍ୟ ପାଇଁ ଦଳ ଏହି ପଦକ୍ଷେପ ନେଇଥିବା କହିଛି। ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ତାଙ୍କୁ ବହିଷ୍କାର କରାଯାଇଥିବା କୁହାଯାଇଛି।

ଗରିଫ ଆଇଏଫଏସ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ ସମ୍ପର୍କରେ ଧିରେ ଧିରେ ଖୋଲିଛୁ ଗୁମର । ଟାଟା ଗ୍ରୁପ ପକ୍ଷରୁ କ୍ରାଇମବ୍ରାଞ୍ଚରେ ଦାଏର ହୋଇଥିବା ଅଭିଯୋଗରେ ରହିଛି ସାଂଘାତିକ ତଥ୍ୟ । ସବୁଠାରୁ ସମ୍ବେଦନଶୀଳ କଥା ହେଲା ଆକାଶଙ୍କୁ ମିଳୁଥିଲା ଜଣେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ସମର୍ଥନ ।

ତାଙ୍କର ଭାବି ଜାମାତା ହେଲେ ଗିରଫ ଆଇଏଫଏସ୍ ଅଭୟକାନ୍ତ ପାଠକଙ୍କ ପୁଅ ଆକାଶ ପାଠକ । ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଦୁହେଁ ଏବେ ଭୁବନେଶ୍ୱରର ଝାରପଡ଼ା ଜେଲରେ ଥିବା ବେଳେ କଳାକାରନାମା ସମ୍ପର୍କିତ ଦସ୍ତାବିଜ ଏବେ ଭାଇରାଲ ହେଉଛି । ଏଥିରେ ଗୋପାଳପୁର ଟାଟା ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଲୋକଙ୍କ ସର୍ବସ୍ୱାନ୍ତ ହେବାର କରୁଣ କାହାଣୀ । ଆକାଶ ପାଠକ ନିଜକୁ ଟାଟା ପାସେଞ୍ଜର ଡିଭିଜନର ଏମଡି ବୋଲି ମିଛ ପ୍ରଚାର କରୁଥିଲେ । ଆଉ ଟାଟା କଂପାନୀରେ ଚାକିର କରାଇ ଦେବାକୁ କହି, ମିଛ ଆପଏଣ୍ଟମେଣ୍ଟ ଲେଟର ଦେଇ ଲୁଟିଥିଲେ ଗୋପାଳପୁର ଟାଟା ପ୍ରକଳ୍ପ ଅଞ୍ଚଳର ନୀରିହ ଓ ବାସଚ୍ୟୁତ ଲୋକଙ୍କୁ । ଏହି ଲୋକମାନେ କ୍ଷତିପୂରଣ ଆକାରରେ ପାଇଥିବା ଟଙ୍କା ଉତ୍କୋଚ ଆକାରରେ ଦେଇଦେଇଥିଲେ ଆକାଶଙ୍କୁ । ଆଶା ଥିଲା, ଚାକିରି ଖଣ୍ଡେ ମିଳିଲେ ଜୀବନ ଜୀବୀକା ଚଳିବ । ଟଙ୍କା ଗଲା କିନ୍ତୁ ଚାକିରି ମିଳିନାଲି।

ଚାକିରି ନପାଇବାରୁ ଏହି ଲୋକମାନେ ଆଇନର ଆଶ୍ରୟ ନେବାକୁ ଉଦ୍ୟମ କରିଛନ୍ତି । ହେଲେ, ବିଡମ୍ବନାର ବିଷୟ ହେଲା ଗୋପାଳପୁରର ପ୍ରଭାବଶାଳୀ ବିଧାୟକ ଡକ୍ଟର ପ୍ରଦୀପ ପାଣିଗ୍ରାହୀଙ୍କର ଭାବି ଜାମାତା ହୋଇଥିବାରୁ ଆକାଶଙ୍କ ବିରୋଧରେ ହେଉନଥିଲା ମାମଲା । ଆକାଶଙ୍କ ଟଙ୍କା ଲୁଟି ଘଟଣାରେ ପରୋକ୍ଷରେ ସେ ବି ସହାୟତା କରିଥିବା ଆଲୋଚନା ହେଉଛି । ଆକାଶ ଯେ, ଟାଟା କଂପାନୀରେ କୌଣସି ଚାକିରି କରନ୍ତି ନାହିଁ ଏ ନେଇ ଖୋଦ୍ ଟାଟା କଂପାନୀ ପକ୍ଷରୁ କ୍ରାଇମବ୍ରାଞ୍ଚରେ ଅଭିଯୋଗ କରାଯାଇଥିଲା । ଆକାଶ ଟାଟା ଗ୍ରୁପର ଫେକ୍ ଲେଟର ହେଡ୍ ଓ ମିଛ ଫଏଲ୍ ନମ୍ବର, ତାରିଫ ବ୍ୟବହାର କରି ୬୮ ଜଣଙ୍କୁ ଅଫର ଲେଟର ଦେଇଛନ୍ତି । ୨୦୨୦ ଏପ୍ରିଲ 1 ତାରିଖରୁ 15 ତାରିଖ ମଧ୍ୟରେ ବିଭିନ୍ନ ଲୋକଙ୍କୁ ଦିଆଯାଇଛି ଅଫର ଲେଟର । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏ ମଧ୍ୟରୁ ଜଣେ ବ୍ୟକ୍ତିଙ୍କୁ ଅଫର ଲେଟର ଦିଆଯାଇଛି ଯାହାଙ୍କ ଘର ହେଉଛି ଗଞ୍ଜାମ ବ୍ରହ୍ମପୁର ବାଦପୁରର ସୁନ୍ଧିଗାଁରେ । ଏହି ଅଞ୍ଚଳରେ ରହିଛି ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କର ଘର । ଡିସେମ୍ବର ୧୫ ତାରିଖରେ ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କ ଝିଅଙ୍କ ସହ ଆକାଶଙ୍କର ବାହାଘର ଭୋଜି ହୋଇଥାନ୍ତା । ସେଥିପାଇଁ ବିଧାୟକ ଜଣଙ୍କ ଆକାଶଙ୍କୁ ସବୁ ସମୟରେ ସୁରକ୍ଷା ଦେଉଥିବା ଅଭିଯୋଗ ହୋଇଛି । ଯେଉଁଥିପାଇଁ ଜାଲିଆତି କଲେ ମଧ୍ୟ ଥାନାରେ ଏତଲା ହେଉନଥିଲା ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here