ମାଲକାନଗିରି-ଛତିଶଗଡ ସୀମାନ୍ତରେ ଲ୍ୟାଣ୍ଡମାଇନ ବିସ୍ଫୋରଣ : କମାଣ୍ଡାଣ୍ଟ ମୃତ ଓ ୧୦ ଯବାନ ଗୁରୁତର

ମାଲକାନଗିରି : ମାଲକାନଗିରି ଜିଲ୍ଲାର ସୀମାନ୍ତବର୍ତ୍ତୀ ଛତିଶଗଡ ରାଜ୍ୟର ସୁକୁମା ଜିଲ୍ଲାରେ ହୋଇଛି ଲ୍ୟାଣ୍ଡମାଇନ ବିସ୍ଫୋରଣ। ମାଓବାଦୀଙ୍କ ଦ୍ୱାରା ହୋଇଥିବା ଏହି ବିସ୍ଫୋରଣରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଯବାନ ଗୁରୁତର ହୋଇଛନ୍ତି। ମୃତ ଯବାନ ଜଣଙ୍କ ହେଉଛନ୍ତି କୋବ୍ରା ବାଟାଲିୟନର କମାଣ୍ଡାଣ୍ଟ ନିତିନ ବାଲେରୋ। ତେବେ ଗୁରୁତର ହୋଇଥିବା ସମସ୍ତ ଯବାନଙ୍କୁ ରାୟପୁର ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। 

ସୂଚନାନୁଯାୟୀ, ଗତ ଶନିବାର ରାତିରେ ଗୁର୍କାପାଲ କ୍ୟାମ୍ପର ୨୦୬ କୋବ୍ରା ବାଟାଲିୟନର ଯବାନମାନେ କୁମ୍ବିଂ ଅପରେଶନ ଜାରି ରଖିଥିଲେ। ମାଲକାନଗିରି ସଦର ମହକୁମାରୁ ମାତ୍ର ୪୦ କିଲୋମିଟର ଦୂରରେ ଛତିଶଗଡ ସୁକୁମା ଥାନାରୁ ଅପରେଶନ ସାରି ଫେରୁଥିବା ସମୟରେ ମାଓବାଦୀଙ୍କ ଦ୍ୱାରା ଖଞ୍ଜା ଯାଇଥିବା ତିନୋଟି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା। ଏ ସଂକ୍ରାନ୍ତରେ ମାଓବାଦୀମାନେ ପୂର୍ବରୁ ଜାଣିଥିବାରୁ ତାଲମେଟଲା ନିକଟରେ ଏହି ଲ୍ୟାଣ୍ଡମାଇନ ଖଞ୍ଜିଥିଲେ। ଫଳରେ ରାତି ହୋଇ ଯାଇଥିବାରୁ ଯବାନମାନେ ଲ୍ୟାଣ୍ଡମାଇନ ସମ୍ବନ୍ଧରେ ଜାଣି ନ ପାରିବାରୁ ଏହି ବିସ୍ଫୋରଣ ହୋଇଥିଲା। ତେବେ ଏଥିରେ ସମସ୍ତ ଗୁରୁତର ଯବାନମାନଙ୍କୁ ରାୟପୁର ସ୍ଥାନାନ୍ତର କରାଯାଇଛି। 

ବର୍ତ୍ତମାନ ଉକ୍ତ ଅଞ୍ଚଳକୁ କୌଣସି ସାଧାରଣ ଲୋକ ଓ ଗଣମାଧ୍ୟମ ପ୍ରତିନିଧିଙ୍କୁ ଛଡା ଯାଉ ନଥିବା ବେଳେ ବିଏସ୍ଏଫ୍ ଯବାନମାନେ ଉକ୍ତ ଅଞ୍ଚଳକୁ ଘେରି ରହିଛନ୍ତି। ସୁକୁମା ଜିଲ୍ଲାରେ ପୋଲିସ ପକ୍ଷରୁ ସମସ୍ତ ଯାନବାହାନ ଯାଞ୍ଚ କରାଯାଉଥିବା ବେଳେ ମାଲକାନଗିରି ଓ ସୁକୁମା ରାସ୍ତା ଯୋଗାଯୋଗ ବିଚ୍ଛିନ୍ନ କରି ଦିଆଯାଇଛି ବୋଲି ସୁକୁମା ଏସପି କେ.ଏଲ୍.ଧ୍ରୁବ ସୂଚନା ଦେଇଛନ୍ତି। 

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here