ଆମେ କଥାରେ ନୁହେଁ, କାମରେ ବିଶ୍ୱାସ କରୁ: ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ, ମାନନୀୟ ମୁଖ୍ୟମନ୍ତ୍ରୀ ଓଡିଶା

ଆଜି ବାଘୁଢ଼ି ଓ ଡୁଡୁକାବାହାଲ ଠାରେ ବହୁପ୍ରତିକ୍ଷିତ ନୂତନ ବ୍ରିଜ ଉଦଘାଟନ କରିଥିଲେ ରାଜଗାଙ୍ଗପୁର ର ପୂର୍ବତନ ବିଧାୟକ ତଥା ବିଜୁ ଜନତା ଦଳର ରାଜ୍ୟ ଉପସଭାପତି ଶ୍ରୀଯୁକ୍ତ ମଙ୍ଗଳା କିଷାନ । ନିଜେ ବିଧାୟକ ଥିବା ସମୟରେ ୨୫.୮.୧୮ଏହି କାମର ଶିଳାନ୍ୟାସ କରିଥିଲେ ଓ ଆଜି ୨୯.୧୧.୨୦ ଲୋକାର୍ପିତ କଲେ । ପ୍ରାୟ ୧ଲକ୍ଷ ଲୋକ ଉପକୃତ ହୋଇପାରିବେ ବୋଲି ରାଜଗାଙ୍ଗପୁର ବିଜୁ ଜନତା ଦଳର ବ୍ଲକ ସଭାପତି ଶ୍ରୀ ରାମ କୁଜୁର କହିଛନ୍ତି । ଏହି କାର୍ଯ୍ୟକ୍ରମ ରେ ବହୁ ସଂଖ୍ୟକ ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲାପରିଷଦ ମେମ୍ବର, ଗାଁ ଲୋକେ, ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ କୁ ସଫଳ କରିଥିବାରୁ କୁନୁମୁରୁ ସମିତି ସଭ୍ୟ ଶ୍ରୀ ବସନ୍ତ ଟପ୍ପୋ ସମସ୍ତଙ୍କୁ ହାର୍ଦ୍ଦିକ ଧନ୍ୟବାଦ ଜଣାଇଥିଲେ ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here