ଅଟୋ ବାଇକ ଦୁର୍ଘଟଣାରେ ଜଣେ ମୃତ :

ଏକ ସଡକ ଦୁର୍ଘଟଣାରେ ସ୍ତ୍ରୀର ଉପସ୍ଥିତିରେ ଚାଲିଗଲା ସ୍ବାମୀର ଅମୂଲ୍ୟ ଜୀବନ । ଅଟୋ ବାଇକ ମୁହାଁ ମୁହିଁ ଦୁର୍ଘଟଣାରେ ବାଇକ ଚାଳକ ମୃତ । ଏକ ଓଡି ୧୬ ୪୧୯୯ ନଂ ବାଇକ ରେ ସ୍ବାମୀ ସ୍ତ୍ରୀ କୌଣସି କାମରେ ଯୋରୁ ମାଲକୁ ଆସି ସେଠାରୁ କାମସାରି କେସରାମାଲ ଫଲସା ଢିପାକୁ ଫେରୁଥିଲେ ଏହି ସମୟରେ ଜାମପାଲି ପଟୁ ଦ୍ରୁତ ଗତିରେ ଆସୁଥିବା ଓଡି ୧୪ ଏନ ୨୧୯୪ ନଂ ଅଟୋଟି ଲିପଲୋଇ ବ୍ରିଜ ପାଖରେ ବାଇକକୁ ଧକ୍କା ଦେବାରୁ ବାଇକରେ ଥିବା ସ୍ବାମୀ ସ୍ତ୍ରୀ ଛିଟିକି ପଡିଥିଲେ । ଉକ୍ତ ଘଟଣାସ୍ଥଳରେ ବାଇକ ଚାଳକ ପ୍ରଫୁଲ୍ଲ ଲାକ୍ରାଙ୍କର ମୁଣ୍ଡରେ ଯୋର ଆଘାତ ଲାଗିଥିଲା । ସ୍ଥାନୀୟ ଲୋକଙ୍କ ସହାୟତାରେ ଶ୍ରୀ ଲାକ୍ରାଙ୍କୁ ଗୁରୁତର ଅବସ୍ଥାରେ ରାଜଗାଙ୍ଗପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ପରୀକ୍ଷା କରୀ ମୃତ ଘୋଷଣା କରିଥିଲେ । ଖବର ପାଇ ରାଜଗାଙ୍ଗପୁର ପୋଲିଶ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣାଗ୍ରସ୍ତ ଅଟୋ ଓ ବାଇକକୁ ଜବତ କରିଥିବା ସହ ତଦନ୍ତ ଜାରି ରଖିଛନ୍ତି । ଏ ନେଇ ରାଜଗାଙ୍ଗପୁର ଥାନାରେ ଏକ ମାମଲା ରୁଜୁ ହୋଇଛି । ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ସ୍ତ୍ରୀ ସମ୍ମୁଖରେ ସ୍ବାମୀର ମୃତ୍ୟୁ ଏକ ହୃଦୟ ବିଦାରକ ଘଟଣା ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here