ବଳତ୍କାର ପରେ ୧୦ବର୍ଷର ନାବାଳିକା ଶିଶୁ ଶେଷରେ ବାପ “ମା”ଙ୍କ ସହିତ ନିଜର ସୁରକ୍ଷା ନିମନ୍ତେ ହେଲା ଶୁଶୁ ମଂଗଳ କମିଟିର ଦ୍ୱାରସ୍ଥ ।

ଆଜି କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ପୌରସଂସ୍ଥା ଅନ୍ତର୍ଗତ କଷଣଅଣ୍ଟା ତଳବାଲି ପଡା ଗ୍ରାମର କଳାକାର ରାଉତଙ୍କ ପତ୍ନୀ ଝୁନାରାଣୀ ରାଉତ(୪୫)ବର୍ଷ ଜିଲ୍ଲା ଶିଶୁ ମଂଗଳ କମିଟିର ଅଧ୍ୟକ୍ଷଙ୍କୁ ଫୋନ୍ ଯୋଗେ ଯୋଗାଯୋଗ କରିବା ପରେ ତାଙ୍କ ସହିତ ଯୋଗାଯୋଗ ନହୋଇ ପାରିବାରୁ ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ଶ୍ମିତାଞଳି ମହାପାତ୍ରଙ୍କୁ ଯୋଗାଯୋଗ କରିବାପରେ ତାଙ୍କ ସହିତ କଥା ହୋଇ ତାଙ୍କୁ ତାଙ୍କ ମାଧପୁରସ୍ଥିତ ବାସଭବନରେ ଭେଟ ଏକ ଲିଖିତ ଅଭିଯୋଗ ପତ୍ର ଜରୀଆରେ ନିବେଦନ କରିଛନ୍ତି ଯେ-ଗତ ୩ମାସ ତଳେ ତାଙ୍କ ୧୦ବର୍ଷର ଶିଶୁ କନ୍ୟା ବା ପିଡୀତାଙ୍କୁ ଉକ୍ତ ଗ୍ରାମ ଛକରେ ଥିବା ଏକ ପରିବା ଦୋକାନକୁ ଟମାଟୋ ବା ପରିବା କିଣିବା ପାଇଁ ପୂର୍ବାହ୍ନ ୧୧ଘଟିକା ସମୟରେ ପରିବା ଦୋକାନକୁ ତାର “ମା” ପଠାଇଥିଲେ । ହେଲେ ଉକ୍ତ ପରିବା ଦୋକାନୀ ଚଗଲା ବିଶ୍ୱାଳ ନାମକ ଜୈନିକ ବ୍ୟକ୍ତି ଏକଲା ଝିଅକୁ ପାଇ କଣନେବୁ ପଚାରିବା ସହିତ ଦୋକାନ ଭିତରକୁ ଡାକି କବାଟ୍ ବନ୍ଦ୍ କରି ତୋ କୋରରେ ବସାଇ ଝିଅ ସହିତ ଅଶାଳିନ ବ୍ୟବହାର ପଦର୍ଶନ କରିବା ସହିତ ବଳତ୍କାର କରିବା ପାଇଁ ଉଦ୍ୟମ କରିଥିଲା । ଏହିସବୁ ଘଟଣାବଳୀ ଉକ୍ତ ଗ୍ରାମର ଜୈନୀକ ଯୁବକ ଝିଅର ଚିତ୍କାର ଶୁଣି ମଧ୍ୟ ଦୋକାନ ଝରକା ଫାଙ୍କରେ ମୋବାଇଲରେ ଭିଡିଓ ଉତ୍ତୋଳନ କରି ସୋସିଆଲ୍ ମିଡିଆରେ ଉକ୍ତ ଭିଡିଓକୁ ଭାଇରାଲ୍ କରିବାପରେ କଥାଟା ଲୋକ ଲୋଚନକୁ ଆସିଥିଲା ଏବଂ ଅଭିଯୋଗ କାରିଣୀ ଏସବୁ ତାଙ୍କ ଝିଅକୁ ପଚାରି ବୁଝିବା ପରେ ତାଙ୍କ ସ୍ୱାମୀଙ୍କ ସହିତ ଯାଇଁ ପଟ୍ଟାମୁଣ୍ଡାଇ ଥାନାରେ ଏକ ଲିଖିତ ଅଭିଯୋଗ କରିବାପରେ । ପଟ୍ଟାମୁଣ୍ଡାଇ ପୋଲିସ୍ ବା ଥାନା ଅଧିକାରୀ ଶ୍ରୀଯୁକ୍ତ ରାକେଶ କୁମାର ତ୍ରିପାଠୀ ଅଭିଯୁକ୍ତ ଚଗଲା ବିଶ୍ୱାଳଙ୍କୁ ମଧ୍ୟ ୩୭୬ ଏବଂ ପ୍ରସ୍କୋ ଆକ୍ଟ୍ ୪ ଓ ୬ ରେ ଦଫା ସହିତ ଏକଥା କାହାକୁ କହିଲେ ଜୀବନରୁ ମାରି ଫୋପାଡି ଦେବି ଭଳି ସଂଗୀନ ସଂଗୀନ୍ ମୂଳକ ଅଭିଯୋଗ ପୂର୍ଣ୍ଣ ଦଫା ଲଗାଇ ଉକ୍ତ ଆସାମୀ ଚଗଲାଙ୍କୁ କୋର୍ଟ ଚାଲାଣ କରିଥିବା ଜଣାପଡିଛି । ହେଲେ ଆସାମୀ ବାରିମୂଳ ଜେଲ୍ ହାଜତ୍ ମଧ୍ୟରେ ଥାଇ ମଧ୍ୟ ତାର ଝୀଆରୀ ଜ୍ୱାଇଁ ଦ୍ୱାରା ବାରମ୍ବାର ପିଡୀତାଙ୍କ “ମା” ବାପାଙ୍କୁ ତାଙ୍କ ଘରେ ପହଞ୍ଚି ସାଧ କାଗଜରେ ଦସ୍ତଖତ କର ଏବଂ କେସ୍ କମ୍ପରମାଇଜ୍ କର ନହେଲେ ତୁମ ସମସ୍ତଙ୍କୁ ଜୀବନରେ ମାରି ଫୋପାଡି ଦେବି ବୋଲି ଧମକ ଦେବା ସହିତ ଲକ୍ଷାଧିକ ଟଙ୍କା ମଧ୍ୟ ଜାଚିଥିଲା। ପିଡିତାଙ୍କ ବାପା ‘ମା’ ସାଧା କାଗଜରେ ଦସ୍ତଖତ କରିବାକୁ ରାଜି ନହେବାରୁ ଉଭୟ ପିଡିତାଙ୍କ ବାପାମାଙ୍କୁ ମାଡ ମାରିବା ସହିତ ଅଶୀଳ ଭାଷାରେ ଗାଳିଗୁଲଜ କରି ତାଙ୍କ ଘରକୁ ଫାଳେ ଆସାମୀଙ୍କ ସଂମ୍ପର୍କିୟ ମାନେ ଭାଙ୍ଗି ଦେବା ଏବଂ ଏ ଜାଗାଛାଡି ତୁରନ୍ତ କୁଆଡେ ତୋ ସ୍ୱାମୀ ଓ ପରିବାର ସହିତ ପଳେଇ ଯା-ନଚେତ୍ ତୁମ ସମସ୍ତଙ୍କୁ ଜୀବନରୁ ମାରି ଫୋପାଡି ଦେବୁ କହି ଧମକ ଦେଇ ଯାଇଥିଲେ । ଯାହା ଫଳରେ ପଡିତାଙ୍କ “ମା”ବାପା ଭୟଭିତ ହୋଇ, ଏ ସମସ୍ତ ଘଟ୍ଟଣା ବିଷୟରେ ପଟ୍ଟାମୁଣ୍ଡାଇ ଥାନାରେ ଜଣାଇଁବା ପରେ ପୋଲିସ୍ ଅଭିଯୁକ୍ତ ବା ଆସାମୀଙ୍କ ସମ୍ପର୍କିୟଙ୍କ ପ୍ରତି ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ୍ ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରି ଓଲଟି ଥାନାର ବେହେରା ବାବୁ ଅଭିଯୋଗ କାରିଣୀଙ୍କୁ ଫୋନରେ କଥା ହେଲାବେଳେ ଧମକାଇବା ସହିତ ବେଶି ପାଟିକଲେ ତୋର ସ୍ୱାମୀକୁ ଅଭିଯୁକ୍ତଙ୍କ ସହିତ ବାନ୍ଧି ଫରୁଆଡ୍ କରିଦେବି ବୋଲି କହିବାରୁ ,ପିଡିତାଙ୍କ ବାପା “ମା” ଶେଷରେ ପୋଲିସ ପାଖରୁ ନିରାଶ ହୋଇ ଫେରିବା ପରେ ତାଙ୍କ ଝିଅର ଜୀବନ ପ୍ରତି ବିପଦ ରହିଥିବାରୁ ପଡୀତାଙ୍କ ବାପା”ମା” ଗତ ଗୁରୁବାର ଦିନ ଜିଲ୍ଲାପାଳଙ୍କୁ ତାଙ୍କ ଆବାସୀକ କାର୍ଯ୍ୟାଳୟରେ ଭେଟି ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିବା ସହିତ ଆଜି ଆସାମୀ ବା ଅଭିଯୁକ୍ତ ମାନଙ୍କ ଧମକରେ ଭୟଭିତ ହୋଇ ଝିଅର ସୁରକ୍ଷା ଏବଂ ଥଇଥାନ୍ ନିମନ୍ତେ ଗରାପୁରସ୍ଥିତ ଶିଶୁ ମଂଗଳ କମିଟି ଅଫିସ୍ ସମ୍ମୁଖରେ ସପରିବାର ପଡିତାଙ୍କ ସହିତ ପହଞ୍ଚିବା ପରେ ଅଫିସ୍ ଛୁଟି ଥିବାରୁ ଅଧ୍ୟକ୍ଷଙ୍କୁ ଟେଲିଫୋନ ଯୋଗେ ଯୋଗା ବାରମ୍ବାର ଯୋଗ କରିବା ପରେ ଶିଶୁମଂଗଳ କମିଟିର ଅଧ୍ୟକ୍ଷ ଫୋନ୍ ନଉଠାଇବାରୁ ବାଧ୍ୟହୋଇ ପୂର୍ବତନ ଅଧ୍ୟକ୍ଷା ଶ୍ରୀମତୀ ମହାପାତ୍ରଙ୍କୁ ଫୋନ୍ ଯୋଗେ ଯୋଗା ଯୋଗ କରି ତାଙ୍କ ମାଧପୁର ବାସଭବନ ଠାରେ ଭେଟି ତୁରନ୍ତ ତାଙ୍କ ଛୋଟ ଝିଅକୁ ସୁରକ୍ଷା ଯୋଗାଇ ଦେବା ନିମନ୍ତେ ଏକ ଲିଖିତ ଅଭିଯୋଗ ବା ଦାବିପତ୍ର ଦ୍ୱାରା ଅନୁରୋଧ କରିଥିବା ବିଶେଷ ସୂତ୍ରରୁ ଖବର ନେବାରୁ ଜଣାପଡିଛି । ତେବେ ଆସନ୍ତୁ ସିଧା ସଳଖ ଶୁଣିବା କଣ ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ରଖୁଛନ୍ତି ପିଡୀତାଙ୍କ ସହିତ ପିଡୀତାଙ୍କ ବାପା “ମା” ,ଶୁଣିବା ସେମାନଙ୍କ ମୁହଁରୁ ।

ପିଡଡୀତାଙ୍କ ମା
ପିଡିତାଙ୍କ ବାପାଙ୍କ ବାପା

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here