କାକଟ ମଂଗଳ ମନ୍ଦିର ସମ୍ମୁଖରେ ବଡଓଶା ଓ ପଞ୍ଚୁକ ଅବସରରେ ମୁରୁଜ ପ୍ରତିଯୋଗୀତା ଅନୁଷ୍ଠିତ ।

ଗତ ପାଞ୍ଚୁକ ୫ଦିନଧରି କେନ୍ଦ୍ରାପଡା ପୌରସଂସ୍ଥା ଅନ୍ତର୍ଗତ କାକଟ ମଂଗଳା ମନ୍ଦିର ପ୍ରାଙ୍ଗଣ ପରିସରରେ ଧରମର ମାସ କାର୍ତ୍ତିକ ବ୍ରତ ବା କାର୍ତ୍ତିକ ପୂର୍ଣ୍ଣମୀ ଓ ଡଂଗିଭଷା ପାଳନ ଅବସରରେ ପ୍ରତ୍ୟେକ ଦିନ ବଢିଭୋରୁ ଭକ୍ତ ଆଉ ଭଗବାନଙ୍କ ମଧ୍ୟରେ ଏକ ଯୋଗସୂତ୍ର ଏବଂ ସୁସଂମ୍ପର୍କର ପ୍ରତିଷ୍ଠା ଓ ନିବିଡ ସମ୍ପର୍କ ରହିବା ଉଦ୍ଧେଶ୍ୟରେ କୁନି କୁନି ବାଳିକା ବା ପ୍ରତିଯୋଗୀମାନେ ପ୍ରଭୁ ଶିବଙ୍କୁ ମନାସୀ ବା ନିଜ ନିଜର ମାନସୀକ ପୁରଣ ନିମନ୍ତେ ଭଗବାନଙ୍କୁ ସ୍ମରଣ କରି ମୁରୁଜ ପ୍ରତିଯୋଗୀତାରେ ଅଂଶଗ୍ରହଣ କରିବା ସହିତ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ କରୋନା ମହାମାରୀ ସତ୍ୱେ ସାମାଜିକ ଦୂରତା ରକ୍ଷାକରି ମାକ୍ସ୍ ସାନିଟାଇଜର ବ୍ୟବହାର କରି ବିଭିନ୍ନ ରଂଗ ବେରଂଗର ମୁରୁଜ ପକାଇଥିବା ଦେଖିବାକୁ ମିଳିଥିଲା । ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିବା ପ୍ରତିଯୋଗୀ ମାନେ ହେଲେ (୧)-ରାଜେଶ୍ୱରୀ ନାୟକ,(୨)- ରୁକ୍ମଣୀ ପ୍ରିୟଦର୍ଶିନୀ ସେଠୀ, (୩)- ସାଇ ସୌମ୍ୟା ସାମଲ (୪)- କାନନୀକା ସେଠୀ, (୫)- ପ୍ରିତିପରିମିତା ସାହୁ, (୬)- ଶ୍ରଦ୍ଧାସୁମନ ଦାସ୍ (୭)- ସୂଜାତା ମହାନ୍ତି ପ୍ରମୂଖ ଏହି ମୁରୁଜ ପ୍ରତିଯୋଗୀତାରେ ଭାଗନେଇ ଅତି ଭକ୍ତିର ସହିତ ମୁରୁଜ ପକାଇଥିବା ଦେଖିବାକୁ ମିଳିଥିଲା । ତେବେ ଚାଲନ୍ତୁ ପଚାରି ବୁଝିବା ଏହି ମୁରୁଜ ପକାଇବା ପଛରେ କଣ ରହିଛି ପୌରାଣିକ ମତାମତ, ସିଧାସଳଖ ପଚାରି ବୁଝିବା ଉକ୍ତ ପ୍ରତି ଯୋଗିତାରେ ଭାଗନେଇଥିବା ପ୍ରତିଯୋଗୀ ମାନଙ୍କଠାରୁ । ଗଣମାଧ୍ୟମ ଆଗରେ କଣ ଏବଂ କିପ୍ରକାର ପ୍ରତିକ୍ରିୟା ରଖୁଛନ୍ତି ସେମାନଙ୍କ ମୁହଁରୁ ଶୁଣିବା ।

କେନ୍ଦ୍ରାପଡାରୁ ଆମ ଜ଼ିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ,ଓଡିଶା 1ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here