ମଣ୍ତଳସ୍ତରୀୟ ବିଜେପିକର୍ମୀ ବୈଠକ ଅନୁଷ୍ଠିତ: ଦଶମନ୍ତପୁର, କୋରାପୁଟ

ଦଶମନ୍ତପୁର, ୨୯/୧୧:କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଳକରେ ରହିଥିବା ଆଠଟି ପଞ୍ଚାୟତ ବିଜେପି କର୍ମୀମାନଙ୍କୁ ନେଇ ଦିନକୁ ଶହେରୁ ଊର୍ଦ୍ଧ୍ବ ଅନୁସାରେ ଦୁଇ ଦିନିଆ କାର୍ଯ୍ୟକ୍ରମ କଲ୍ୟାଣ ମଣ୍ଡପଠାରେ ମଣ୍ଡଳ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହିକାର୍ଯ୍ୟକ୍ରମ ଆୟୋଜନ କରିଥିଲେ ଦଶମନ୍ତପୁର ମଣ୍ତଳ ସଭାପତି ଚକ୍ର ଜାନୀ ଏବଂ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ ପୂର୍ବତନ ସାଂସଦ ଜୟରାମ ପାଙ୍ଗି, ସମ୍ମାନିତ ଅତିଥି ଭାବେ ରାଜ୍ୟ କାର୍ଯ୍ୟକାରିଣି ସଦସ୍ୟା ପୂର୍ଣ୍ଣିମା ନାୟକ, ପୂର୍ବତନ ଜିଲ୍ଲା ପରିଷଦ ଉପସଭାପତି ଅସବନୀ ପଟ୍ଟନାୟକ, ପୂର୍ବତନ ଜିଲ୍ଲା ସଭାପତି ଜୟରାମ ଗରଡା, ଜିଲ୍ଲା ସଭାପତି ତ୍ରିନାଥ ପଣ୍ଡା, ଏସିଏସଟି ରାଜ୍ୟ ସଂପାଦକ ସ୍ଥାନୀୟ ସରପଞ୍ଚ ବଳରାମ ମୁଦୁଲି, ଏବଂ ଦଳୀୟ ବରିଷ୍ଠ ନେତା ଭାବେ ଟୁନା ଖାଡାଙ୍ଗା, ବଳି ବିଶୋଇ, ମହୋନ ପାତ୍ର, କୃପା ସଗରିଆ, ଓ ତପନ କୁମାର ପାତ୍ର ଇତ୍ୟାଦି ସଦସ୍ୟଙ୍କ ସହ ଶତାଧିକ କର୍ମୀ ଉପସ୍ଥିତ ଥିଲେ। ଏହି ଅବସରରେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ବିସ୍ତୃତଭାବେ ଆଲୋଚନା କରାଯାଇଥିଲା। ପରବର୍ତ୍ତୀ ସମୟରେ ସ୍ଥାନୀୟ ମଣ୍ଡଳ ସଭାପତି ଚକ୍ର ଜାନୀ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ କୁ ପରିସମାପ୍ତି କରାଯାଇଥିଲା।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here