ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ “ଆଡ଼କିଆ” ବା “ତ୍ରିବିକ୍ରମ ବେଶ” ଏବଂ “ଶରତ ରାହାସ” ନୀତି ଅନୁଷ୍ଠିତ I

ପୁରୀ: କାର୍ତ୍ତିକ ଶୁକ୍ଳ ତ୍ରୟୋଦଶୀ ମହାପଞ୍ଚୁକର ଚତୁର୍ଥ ଦିବସ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ “ଆଡ଼କିଆ” ବା “ତ୍ରିବିକ୍ରମ ବେଶ” ଏବଂ “ଶରତ ରାହାସ” ନୀତି ଅନୁଷ୍ଠିତ ହୋଇଅଛି । ଆଜି ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ସମ୍ପର୍ଣ୍ଣ ପରେ ଭିତର ସୋଧ ହୋଇ ମହାପ୍ରଭୁ ଙ୍କ ମଙ୍ଗଳ ଆଳତି ସମ୍ପର୍ଣ୍ଣ ହୋଇଥିଲା । ଏହାପରେ ମଇଲମ , ତଡପ ଲାଗି ସରିବାପରେ ମହାପ୍ରଭୁଙ୍କ ଅବକାଶ ପୂଜା, ଅବକାଶ ପୂଜା ସମ୍ପର୍ଣ୍ଣ ହେବାପରେ ଶ୍ରୀଜୀଉ ମାନଙ୍କ “ଆଡ଼କିଆ” ବା “ତ୍ରିବିକ୍ରମ ବେଶ” ଆରମ୍ଭ ହୋଇଥିଲା । ଏହି ବେଶ ପୁଷ୍ପାଳକ ସେବକମାନେ ସମ୍ପାଦନ କରିଥିଲେ । ଏହାପରେ ସୂର୍ଯ୍ୟ ପୂଜା ଦ୍ୱାରାପାଳପୂଜା , ଗୋପାଳ ବଲ୍ଲବ ସକାଳଧୂପ,ଭୋଗମଣ୍ଡପ, ବାଳଧୂପ , ବାଳଧୂପ ପ୍ରସାଦ ବାହାରି ପାଣି ପଡ଼ିଲାପରେ ,ମଇଲମ ହୋଇଥିଲା ।ଏହାପରେ ମଧ୍ୟାନ ଧୂପ, ଦ୍ଵିତୀୟ ଭୋଗମଣ୍ଡପ ପରେ ପ୍ରସାଦ ବାହାରି ପାଣି ପଡିବା ପରେ ସନ୍ଧ୍ୟା ଆଳତି ଏବଂ ସନ୍ଧ୍ୟା ଧୂପ ଅନୁଷ୍ଟିତ ହୋଇଥିଲା।ସନ୍ଧ୍ୟା ଧୂପ ପ୍ରସାଦ ବାହାରି ପାଣି ପଡିବା ପରେ, ତ୍ରୟୋଦଶୀ ଅବସରରେ ରାହାସ ଦିଅଁ ଭିତରକୁ ବିଜେ ହୋଇଥିଲେ ।

ସାମ୍ପ୍ରତିକ କରୋନାମହାମାରୀ ପରିସ୍ଥିତି କୁ ଆଖି ଆଗରେ ରଖି ଆସନ୍ତା କାଲି କାର୍ତିକ ପୁର୍ଣିମା ଅବସରରେ ସମୁଦ୍ର ତଟ , ତୀର୍ଥ ପୁଷ୍କରଣୀ ଏବଂ ଅନ୍ୟାନ୍ୟ ଜଳାଶୟ ଆଦିରେ ଏକତ୍ରିତ ହେବା କିମ୍ବା ବୋଇତ ବନ୍ଦାଣ ଉପରେ କଟକଣା ଜାରି କରାଯାଇଛି I କରୋନା ମୁକାବିଲାରେ ଜନସାଧରଣ ଙ୍କ ସହଯୋଗ ଏକାନ୍ତକାମ୍ୟ I
ଉପଜିଲ୍ଲାପାଳଙ୍କ ନିବେଦନ I

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here