ଆମ ସମ୍ପର୍କ ପରିବାର ତରଫରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ : ରାଉରକେଲା

ସୁନ୍ଦରଗଡ଼/ ରାଉରକେଲା: ରାଉରକେଲା ସ୍ଥିତ ଛେଣ୍ଡ କଲୋନୀ ସଂଲଗ୍ନ କଳିଙ୍ଗ ବିହାର ଅଞ୍ଚଳରେ ଆମ ସମ୍ପର୍କ ପରିବାର ତରଫରୁ ଆୟୋଜିତ ହୋଇଥିଲା ଜୀବନ ବିନ୍ଦୁ କାର୍ଯ୍ୟକ୍ରମ । ଉକ୍ତ କାର୍ଯ୍ୟକ୍ରମକୁ ମାନ୍ୟବର ରାଉରକେଲା ବିଧାୟକ ଉଦଘାଟନ କରିବା ସହିତ ଅଳ୍ପ ଦିନ ଭିତରେ ଆମ ସମ୍ପର୍କ ପରିବାର ତରଫରୁ ଦୁଇ ଦୁଇଟି ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ହୋଇଥିବାରୁ ବିଧାୟକ ଶ୍ରୀ ନାଏକ ଆମ ସମ୍ପର୍କ ପରିବାରକୁ ସାଧୁବାଦ ଜଣାଇବା ସହ ପରିବାରର ଉତ୍ତୋରୋତ୍ତର ଉନ୍ନତି କାମନା କରିଥିଲେ । ଏହି ପରିବାର ତରଫରୁ ମହିଳା ସଂଘକୁ ନେଇ ଆୟୋଜନ କରିଥିବା ରକ୍ତ ଦାନ ଶିବିରରେ ସମୁଦାୟ ୨୧ ୟୁନିଟ ରକ୍ତ ସଂଗ୍ରହ ହୋଇଥିଲା । ତେବେ ଆମ ସମ୍ପର୍କ ପରିବାରର ଜନୈକା ମହିଳା ନେତ୍ରୀ କହିଛନ୍ତି ଯେ ଆଗାମୀ ଦିନରେ ମହିଳା ଏସଏଚଜି ଗ୍ରୁପକୁ ନେଇ ଅନେକ କାର୍ଯ୍ୟକ୍ରମ ଆଗେଇ ନେବାର ଯୋଜନା ରହିଛି । ତେବେ ଅଳ୍ପ ଦିନରେ ଦୁଇଟି ଶିବିର ଅନୁଷ୍ଠିତ କରି ସଫଳ କରିଥିବାରୁ ସମଗ୍ର ପରିବାରର ସଦସ୍ୟଙ୍କୁ ଆନ୍ତରିକ ଶୁଭେଛା ଜଣାଇଛି ବୁଦ୍ଧିଜିବୀ ମହଲ ।

Subhadra Dutta
Sj Sarada Nayak, MLA Raurk\ela

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here