ମୋଟର ସାଇକେଲ ଦୁର୍ଘଟଣା ଘଟି ଯୁବକ ମୃତ

ଡାବୁଗାଁ, ୨୯/୧୧ ରବିବାର ସକାଳେ ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ମାଝିଗୁଡା ଛକ ନିକଟରେ ଏକ ମୋଟର ସାଇକେଲ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟି ଯୁବକର ମୃତ୍ୟୁ ଘଟିଛି | ସୂଚନାଯୋଗ୍ୟ:- ଡାବୁଗାଁ- ବୋରିଗାଁ ମୁଖ୍ୟ ରାସ୍ତା ରେ ମାଝିଗୁଡା ଗ୍ରାମ ଛକ ନିକଟରେ କାମତା ଗ୍ରାମରୁ ସପନ ଭତ୍ରା (୨୦) ଏକ ମୋଟରସାଇକେଲ ନଂ ଓଡି ୨୪ ସି ୪୧୬୬ ଯୋଗେ ଡାବୁଗାଁ ଅଭିମୁଖେ ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାର ଡାହାଣ କଡକୁ ଓଲଟି ପଡି ଗୁରୁତ୍ତର ଆଘାତ ହୋଇଥିଲେ | ପରେ ଗ୍ରାମବାସୀ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ କୁ ଫୋନ କରି ୧ ଘ॰ ସମୟ ଅପେକ୍ଷା କରିଥିଲେ | ୧୦୮ ଆମ୍ବୁଲାନ୍ସ ନଆସିବାରୁ ଲୋକେ ଅନ୍ୟ ଏକ ମୋଟର ସାଇକେଲରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ | ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ଏଠାରେ ପ୍ରକାଶ ଥାଉକି:- ୧୦୮ ଆମ୍ବୁଲାନ୍ସ ଆସିବାର ବିଳମ୍ବ ଯୋଗୁଁ ଜଣେ ଯୁବକ ର ମୃତ୍ୟୁ ଘଟିଥିବା ଲୋକେ କହିଛନ୍ତି | ମୃତ ଯୁବକ ଜଣଙ୍କ ହେଲେ ଝରିଗାଁ ବ୍ଲକ ଅଧୀନ ଆମ୍ଳିଯୋଡି ଗ୍ରାମର ବୋଲି ଜଣାପଡିଛି | ସେ ଗତକାଲି ନିଜ ମାଉସୀ ଲଛନଦେଇ ଭତ୍ରା ଙ୍କୁ ତାଙ୍କ ଘରୁ ଆଣି କାମତା ଗ୍ରାମରେ ଛାଡି ଥିଲେ | ଆଜି ନିଜ ଗ୍ରାମ ଆମ୍ଳିଯୋଡି ଗ୍ରାମକୁ ଫେରୁଥିଲେ | ଦୁର୍ଘଟଣାର ୨ ଘଣ୍ଟା ପର୍ଯ୍ୟନ୍ତ ଘଟଣାସ୍ଥଳରେ ପୋଲିସ ପହଞ୍ଚି ନଥିଲା | ଖବର ପାଇଁ ତୁରନ୍ତ ଗଣମାଧ୍ୟମ ପ୍ରତିନିଧି ଘଟଣାସ୍ଥଳରେ ପହଞ୍ଚି ପୁଣି ସେଠାରୁ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେଦ୍ରରେ ପହିଞ୍ଚି ଯୁବକର ମୃତ୍ୟୁ ଖବର ଜାଣିବା ପରେ ପ୍ରତିନିଧି ପୋଲିସକୁ ଖବର ଦେବାପରେ ପୋଲିସ ଡାକ୍ତରଖାନାରେ ପହଞ୍ଚି ତଦନ୍ତ କରୁଛି|

ନବରଙ୍ଗପୁର ଜିଲା ଡାବୁଗାଁ ରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here