ଭିଜିଲାନ୍ସ ଜାଲରେ ପଡିଲେ ସବ୍ଡେଗା ଓ୍ବେସ୍କୋ ଜେଇ :

ସୁନ୍ଦରଗଡ ସ୍ଥିତ ସବଡେଗା ଅଞ୍ଚଳରେ ଥିବା ଓ୍ବେସ୍କୋ କାର୍ଯ୍ୟାଳୟରେ କାର୍ଯ୍ୟରତ ଜେ ଇ ତଥା ଜୁନିୟର ମେନେଜର ଭିଜଲେନ୍ସ ହାତରେ ଧରାପଡିଲେ । ତଲସେରା ଥାନା ଅନ୍ତର୍ଗତ ମାନସୀ ପଡାରେ ଟ୍ରାନ୍ସଫରମର ଖରାପ ଥିବା ନେଇ ଅଭିଯୋଗ ହେବାପରେ ତାକୁ ବଦଳାଇବା ସକାସେ ଉକ୍ତ ଗ୍ରାମର ଅଧିବାସୀ ସଂଜୀବ ଡୁଙ୍ଗ ଡୁଙ୍ଗଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ତେଣୁ ଗ୍ରାମରେ ବିଜୁଳି ଅଭାବରୁ ଅନେକ ଉପୁଜୁଥିବା ସମସ୍ୟା ପ୍ରତି ଗୁରୁତ୍ବ ଦେଇ ୧୫ ହଜାର ଟଙ୍କା ମାଗିଥିବା ବିଷୟରେ ଭିଜଲେନସ ବିଭାଗକୁ ଅବଗତ କରାଇଥିଲେ । ତେବେ ଉକ୍ତ ବ୍ୟକ୍ତିଙ୍କ ଠାରୁ ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜଲେନସ ବିଭାଗ ମାଡି ବସି ଗିରଫ କରିଥିଲେ ଲାଞ୍ଚୁଆ ଜେ ଇ କୁ ଓ ତାଙ୍କଠାରୁ ଜବତ କରିଥିଲେ ସଂପୂର୍ଣ୍ଣ ଲାଞ୍ଚ ଟଙ୍କା । ଏହି ଘଟଣାଟି ଘଟିଥିଲା ଖୋଦ ଜେ ଇ ବାବୁଙ୍କ ସବଡେଗା ଓ୍ବେସ୍କୋ ବିଭାଗୀୟ କାର୍ଯ୍ୟାଳୟରେ । ଜେ ଇକୁ ଗିରଫ କରି କୋର୍ଟ ଚାଲାଣ କରାଯିବା ସହ ତାଙ୍କର ବାସସ୍ଥାନ ଥିବା ଶ୍ବଶୁରାଳୟରେ ମଧ୍ୟ ଯାଞ୍ଚ ଯାରି ରହିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here