କଟକ ନୟାସଡକ IIFL ଲୁଟ୍ ମାମଲାରେ ସିପିଙ୍କ ସୂଚନା: ଏଯାଏ ଗିରଫ ହୋଇଛନ୍ତି ୧୦ ଜଣ, ଆଗକୁ ଗିରଫଦାରୀ ସଂଖ୍ୟା ଆହୁରି ବଢିବ

କଟକ: ଏଣିକି ପୁଲିସ ନଜରରେ ରହିବ ସୁନା ଋଣ ପ୍ରଦାନକାରୀ ସଂସ୍ଥା। କଟକର ନୟାସଡ଼କ ଆଇଆଇଏଫଏଲ ଲୁଟ୍ ମାମଲା ଧୀରେ ଧୀରେ ଗୁମର ଫିଟିବାରେ ଲାଗିଛି। ଏନେଇ ପୁଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ନିଜ ପ୍ରତିକ୍ରିୟାରେ କହିଲେ ଏଯାବତ୍ ସୁନା ଲୁଟ ମାମଲାରେ ୧୦ଜଣ ଗିରଫ ହୋଇସାରିଲେଣି। ଆଗକୁ ଗିରଫ ସଂଖ୍ୟା ଆହୁରି ବଢିବ ବୋଲି କହିଛନ୍ତି ସିପି।

କେତେକ ସୁନାଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକରେ ବ୍ୟାପକ ଅନିୟମିତା ଥିବା ମଧ୍ୟ ନିଜ ପ୍ରତିକ୍ରିୟାରେ କହିଛନ୍ତି ପୁଲିସ କମିସନର। ଆବଶ୍ୟକ ପଡ଼ିଲେ ଏହି ଅନିୟମିତତା ବିଷୟରେ ରିଜର୍ଭ ବ୍ୟାଙ୍କକୁ ଜଣାଇବା ପାଇଁ ବ୍ୟବସ୍ଥା କରାଯିବ ବୋଲି ସେ କହିଛନ୍ତି। ସୂଚନାଯୋଗ୍ୟ, କଟକର ନୟାସଡ଼କସ୍ଥିତ ଆଇଆଇଏଫଏଲ ସୁନା ଋଣ ପ୍ରଦାନକାରୀ ସଂସ୍ଥାରୁ ଲୁଟ ଘଟଣାରେ ପ୍ରଥମେ ସମ୍ପୃକ୍ତ ୬ଜଣ ଅଭିଯୁକ୍ତଙ୍କୁ ଧରିଥିବା ବେଳେ ୨କେଜି ସୁନା ମଧ୍ୟ ଜବତ କରିଥିଲା କମିସନରେଟ ପୁଲିସ। ସେମାନଙ୍କୁ ଅଟକ ରଖାଯିବା ସହ ଘଟଣାର ଛାନଭିନ ମଧ୍ୟ ଆରମ୍ଭ ହୋଇଥିବା ନେଇ ପୁଲିସ କମିସନର ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ ଏକ ସାମ୍ବାଦିକ ସମ୍ମିଳନୀରେ କିଛି ଦିନ ତଳେ ସୂଚନା ଦେଇଥିଲେ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here