ସୁନ୍ଦରଗଡ଼ ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ଆରମ୍ଭ ଦ୍ଵିତୀୟ ଥର ପାଇଁ ସମ୍ପାଦକ ପଦରେ ରହିବେ ଅଶୋକ କୁମାର ସ୍ୱାଇଁ :

ଅଶୋକ କୁମାର ସ୍ୱାଇଁ (ସମ୍ପାଦକ)
ନରେଶ କୁମାର ନାୟକ (ଉପସଭାପତି)

ସୁନ୍ଦରଗଡ ଜିଲ୍ଲା ଓକିଲ ସଂଘର ନିର୍ବାଚନ ପ୍ରକ୍ରିୟା ଉଚ୍ଚ ନ୍ୟାୟାଳୟ ଓଡିଶାଙ୍କ ନିର୍ଦ୍ଦେଶ ଅନୁଯାୟୀ ଦିଆଯାଇଥିବା ନିୟମାବଳୀ ଅନୁସାରେ ଆରମ୍ଭ ହୋଇଯାଇ ଅଛି। ସଭାପତି ପଦବୀ ପାଇଁ କେବଳ ଦୁଇଟି ପ୍ରାର୍ଥୀ ପତ୍ର ଦାଖଲ ହୋଇଅଛି ୧-ଗଜେନ୍ଦ୍ର ପାତ୍ର ଓ ୨-କମଳ ଲୋଚନ ସେନ ତେଣୁ କେବଳ ସଭାପତି ପଦ ପାଇଁ ନିର୍ବାଚନ ହେବ l କୋଷାଧକ୍ଷ ପଦବୀ ପାଇଁ କୌଣସି ପ୍ରାର୍ଥୀ ପତ୍ର ଦାଖଲ ହୋଇନାହିଁ l ସଭାପତି ଓ କୋଷାଧକ୍ଷ ପଦବୀକୁ ଛାଡି ଅନ୍ୟ ସମସ୍ତ ପଦବୀ ରେ ସମସ୍ତ ପ୍ରାର୍ଥୀ ନିର୍ଦ୍ବନ୍ଦ୍ବରେ ମନୋନୀତ ହୋଇଛନ୍ତି l ଉପସଭାପତି ନରେଶ କୁମାର ନାଏକ, ସମ୍ପାଦକ ଭାବରେ ଅଶୋକ କୁମାର ସ୍ୱାଇଁ ଦ୍ୱତୀୟ ଥର ହୋଇଥିବା ବେଳେ ପ୍ରଣବ କୁମାର ସିଂ ସହ ସମ୍ପାଦକ ଭାବରେ ବିଜୟୀ ହୋଇଛନ୍ତି ‌ ଠିକ ସେହିପରି ଅନ୍ୟ ସମସ୍ତ ପଦବୀ ପାଇଁ ନିର୍ଦ୍ବନ୍ଦ୍ବରେ ମନୋନୀତ ହୋଇଥିବା ପ୍ରାର୍ଥୀ ମାନଙ୍କ ନାମ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା ଜଣା ପଡିଛି। ଏହି ପ୍ରକ୍ରିୟା ଗତ ୨୪ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଏହି ନିର୍ବାଚକୁ ପରିଚାଳନା କରୁଥିଲେ ଇଲେକ୍ସନ୍ ଅଫିସର ନବି ଇମାମ ଏବଂ ଦୁଇ ସହଯୋଗୀ ଆସିଷ୍ଟାଣ୍ଡ ଇଲେକ୍ସନ୍ ଅଫିସର ଗଣେଶ କୁମାର ନାଏକ ଓ ବିରେନ୍ଦ୍ର କୁମାର ପ୍ରସାଦ ।

ପ୍ରଣବ କୁମାର ସିଂ (ସହ ସମ୍ପାଦକ)

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here