ସଦର ବିଧାୟିକାଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ :

ସୁନ୍ଦରଗଡ ସଦର ବିଧାୟିକା ଶ୍ରୀମତୀ କୁଶୁମ ଟେଟେ ଙ୍କ ନାମରେ ସଙ୍ଗିନ ଅଭିଯୋଗ । ନିର୍ବାଚନ କମିଶନ ଙ୍କ ନିକଟରେ ମିଥ୍ୟା ସତ୍ୟପାଠ ଦାଖଲକରି ନିର୍ବାଚନ ଲଢିଥିବା ଅଭିଯୋଗ । ଏହି ଅଭିଯୋଗ ଆଣିଛନ୍ତି ସୁନ୍ଦରଗଡ ବିଜୁ ଜନତା ଦଳ ର ଜଣେ ସକ୍ରୀୟ କର୍ମୀ ତଥା ସୂଚନା ଅଧିକାର କର୍ମି । ସୂଚନା ଅଧିକାର ଆଇନ ମାଧ୍ୟମରେ ଯେଉଁ ତଥ୍ୟ ତାଙ୍କୁ ସୁନ୍ଦରଗଡ ଜିଲ୍ଲାପାଳ ପ୍ରଦାନ କରିଛନ୍ତି ସେହି ତଥ୍ୟ ଆଧାର ରେ ସଦର ବିଧାୟିକା ଚଞ୍ଚକତା କରିଥିବା ସ୍ପଷ୍ଟ ହୋଇଯାଇଛି । ଏନେଇ ସୁନ୍ଦରଗଡ ବିଜୁ ଜନତା ଦଳ କର୍ମୀ ଙ୍କ ମଧ୍ୟ ରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଆଜି ବିଜୁ ଜନତା ଦଳ ର ରାଜ୍ୟ ସମ୍ପାଦକ ତଥା ସୁନ୍ଦରଗଡ ସଦର ନିର୍ବାଚନ ମଣ୍ଡଳି ର ପୂର୍ବତନ ବିଧାୟକ ଶ୍ରୀ ଯୋଗେଶ କୁମାର ସିଂ ଏକ ସାମ୍ବାଦିକ ସମ୍ମିଳନି ଜରିଆରେ ବିଧାୟିକା ଙ୍କ ମିଥ୍ୟା ସତ୍ୟପାଠ ବିଷୟ ରେ ସୂଚିତ କରିବା ସହ ବିଧାୟିକା ଙ୍କ ପ୍ରର୍ଥୀତ୍ବ କୁ ନାକଚ କରିବା ପାଇଁ ମୁଖ୍ୟ ନିର୍ବାଚନ ଆୟୋଗ ଙ୍କୁ ସୁନ୍ଦରଗଡ ଜିଲ୍ଲାପାଳ ଙ୍କ ଜରିଆରେ ଅଭିଯୋଗ ପତ୍ର ପ୍ରଦାନ କରିଛନ୍ତି । ସଦର ବିଧାୟିକା ନିର୍ବାଚନ ଲଢିବା ପୂର୍ବରୁ ଓ ନିର୍ବାଚନ ରେ ବିଜୟୀ ହେଲା ପରେ ବି ସୁନ୍ଦରଗଡ ବିକାଶ ପରିଷଦର ଅଫିସ ଅଫ ପ୍ରଫିଟକୁ ବ୍ୟବହାର କରିଥିବା କଥା ଏହି ଅଭିଯୋଗ ପତ୍ର ରେ ଦର୍ଶାଇଛନ୍ତି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here