ଘୋଘର ମନ୍ଦିରର ପୂଜକ ଓ ତାଙ୍କ ପରିବାର ଘୋର ଅସୁବିଧାର ସମ୍ମୁଖୀନ :

ପଶ୍ଚିମ ଓଡିଶାର ଅନ୍ୟତମ ପର୍ଯ୍ୟଟନ ସ୍ଥଳୀ ଓ ଶୈବ ପୀଠ ରୂପେ ପରିଚିତ ଘୋଘର ଧାମ।ପ୍ରାୟ ୨୦୦ ବର୍ଷ ପୁରାତନ ଶୈବ ପୀଠ। ଯାହା କି ରାଜଗାଙ୍ଗପୁର ସହରରୁ ୫ କିମି ଦୂରରେ ଅବସ୍ଥିତ ।ଲୋକ କଥାରୁ ଜଣା ପଡେ, ଖୁବ ନିକଟରେ ଏକ ଘଡ଼ ଘଡ଼ ଶବ୍ଦ କରି ଝରଣା ଝରି ଯାଉଥିଲା ଏହି ଶବ୍ଦକୁ ଅନୁକରଣ କରି ଲୋକମାନେ ଏହି ସ୍ଥାନଟିର ନାମ ରଖିଥିଲେ ଘୋଘର ଧାମ।ଏହି କ୍ଷେତ୍ରର ଏକ କିମ୍ବଦନ୍ତୀ ଅଛି ଯେ ସେହି ପାଖ ଅଞ୍ଚଳରେ ରହୁଥିବା ଅଧିବାସୀ ଲୋକ ମାନେ ଗାଈ ଗୋରୁ ରଖୁଥିଲେ।ଏହି ଗାଈ ମାନେ ଘାସ ଖାଇବା ପାଇଁ ଏଣେତେଣେ ବୁଲି ଯାଆନ୍ତି।ସେମାନଙ୍କ ମଧ୍ୟରୁ ଗୋଟିଏ ଗାଈ କିଛିଦିନ କ୍ଷୀର ନଦେବାରୁ ସନ୍ଦେହ କରି ସେହିଗାଈ ଉପରେ ନଜର ରଖିବାରୁ ଜଣାପଡିଲା ପ୍ରତି ଦିନ ଏକ ନିର୍ଦ୍ଦିଷ୍ଟ ପଥର ଉପରେ କ୍ଷୀର ଦେଇ ଘରକୁ ଯାଏ ଘରେ ପହଁଞ୍ଚିଲା ପରେ ତାର ମାଲିକ ତାପାଖରୁ କ୍ଷୀର ନପାଇ ବ୍ୟସ୍ତ ହୋଇ ପଡେ ଦିନେ ଗାଈ ପଛେ ପଛେ ଯାଇ ଦେଖିଲା ଗାଈ ଏକ ପଥର ଉପରେ କ୍ଷୀର ଦେଉଛି ତାର ସନ୍ଦେହ ହେବାରୁ ସେ ପଥରକୁ ଆଘାତ କରିବାକୁ ଲାଗିଲା। ଯାହା ଫଳରେ ପଥରରୁ ରକ୍ତ ଝରିଲା ତାପରେ ଧୀରେ ଧୀରେ ଲୋକଲୋଚନକୁ କଥାଟି ଆସିଲା । ପରେ ସୁନ୍ଦରଗଡ଼ ରଜା ନିକଟକୁ ଆସିଲା ଏକଥା ଜାଣି ରଜାଙ୍କ ନିର୍ଦେଶ କ୍ରମେ ଲୋକମାନେ ମିଶି ଖୋଳିଲା ପରେ ମହାଦେବଙ୍କ ମୂର୍ତ୍ତି ମିଳିଲା ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ବାବା ଘୋଘର ନାମରେ ପୂଜା ପାଉଛନ୍ତି।ପ୍ରାକୃତିକ ସୋନ୍ଦର୍ଯ୍ୟ ରେ ପରିପୂର୍ଣ୍ଣ ଏହି ଧାମର ଦୁଇ ପାର୍ଶ୍ଵରୁ ନଦୀ ବୋହି ଯାଇଛି । ଏହି ଧାମଠାରେ ମିଶିଛି ନଦୀ ବୃକ୍ଷ ଲତା ପାହାଡ ପର୍ବତର ପ୍ରଭୃତିର ପ୍ରାକୃତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଏହି ସ୍ଥାନଟି ଯେ କୌଣସି ଦର୍ଶକକୁ ମନ୍ତ୍ର ମୁଗ୍ଧ କରିଦେବ।ହିନ୍ଦୁ ଧର୍ମର ପରମ୍ପରା ଅନୁସାରେ ୧୨ ମାସରେ ୧୩ ପର୍ବ ପାଳନ କରାଯାଏ।ପ୍ରତ୍ୟେକ ସୋମବାର ଦିନ ଶ୍ରଦ୍ଧାଳୁ ମାନଙ୍କର ଭିଡ଼ ଜମେ।ଶୈବ ପୀଠ ରୂପେ ପରିଚିତ ହେଲେ ମଧ୍ୟ ପାର୍ଶ୍ଵରେ ଅନେକ ଦେବା ଦେବୀ ପୂଜା ପାଆନ୍ତି।ଶ୍ରାବଣ ମାସରେ ଦୀର୍ଘ ୧ ମାସ ଧରି ପ୍ରତ୍ୟେକ ସୋମବାର ଦିନ ଦେବ ଦେବ ମହାଦେବଙ୍କୁ ଜଳାଭିଷେକ କରାଯାଏ।ଏହି ଉପଲକ୍ଷେ ଘୋଘର ଧାମଠାରେ ଏକ ମେଳା ବସେ ।ଅନ୍ୟତମ ଦାର୍ଶନିକ ସ୍ଥାନ ବେଦବ୍ୟାସ ଠାରେ ଥିବା ତିନି ନଦୀର ସଙ୍ଗମରେ ବ୍ରହ୍ମଣୀ ନଦୀ ଠାରେ ଥିବା ଶୈବ ପୀଠରେ ପୂଜା ଅର୍ଚ୍ଚନା କରି ବ୍ରାହ୍ମଣୀ ନଦୀରୁ ଜଳ ନେଇ ପାଦରେ ଚାଲି ଚାଲି ଜଳ ଆଣି ଶ୍ରଦ୍ଧାଳୁ ମାନେ ଘୋଘର ଧାମ ଠାରେ ଜଳାଭିଷେକ କରନ୍ତି।ଜନଶୂନ୍ୟ ସ୍ଥାନଟି ଜନଗହଳିରେ ପରିପୂର୍ଣ୍ଣ ହୋଇ ଉଠେ।ବ୍ରତଧାରୀ ମାନେ ମନସ୍କାମନା ପୂରଣ ପାଇଁ ଜଳାଭିଷେକ ପାଇଁ ଆସନ୍ତି।ଭୌଗଳିକ ଦୃଷ୍ଟି କୋଣରୁ ଛୋଟ ଜାଗା ଟିଏ ହେଲେ ମଧ୍ୟ ଏହାର ମହତ୍ୱ ଖୁବ ବେଶୀ।ପ୍ରରି ବର୍ଷ ପରି ଏ ବର୍ଷ କିନ୍ତୁ ସେତିକି ଜନ ଗହଳି ଦେଖିବାକୁ ମିଳୁନି।କରୋନା କଟକଣା ଯୋଗୁଁ ସରକାର ଙ୍କ ନିୟମ କୁ ମାନି ଶ୍ରଦ୍ଧାଳୁ ମାନେ ଜଳାଭିଷେକ ପାଇଁ ଆସି ନାହାନ୍ତି।ଏହି ଶୈବ ପୀଠକୁ ଅଧିକ ଆକର୍ଷଣୀୟ କରିବା ପାଇଁ ସରକାର ଙ୍କ ତରଫରୁ ବିଭିନ୍ନ ଯୋଜନା କାର୍ଯ୍ୟକାରୀ କରିବା ପାଇଁ ପଦକ୍ଷେପ ନିଆଯାଉଛି କିନ୍ତୁ ମନ୍ଦିରରେ ପୂଜା କରୁଥିବା ସେବାୟତ ମାନଙ୍କ ପାଇଁ ପ୍ରଶାସନକି ମନ୍ଦିରର କମିଟି ପକ୍ଷରୁ କୌଣସି ବ୍ୟବସ୍ଥା କରାଯାଇ ନାହିଁ।ମହାମାରୀ କରୋନା ସମୟରେ ସରକାରଙ୍କ ନୀୟମକୁ ପାଳନ କରି ଦୀର୍ଘ ୮ ମାସ ହେବ ମନ୍ଦିର ବନ୍ଦ ରହିଛି।ଫଳରେ ପୁଜା କରୁଥିବା ସେବାୟତ ମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତାଙ୍କର ପ୍ରତିପୋଷଣ ପାଇଁ କମିଟି ଓ ପ୍ରଶାସନ ଧ୍ୟାନ ଦେବା ପାଇଁ ଆବେଦନ କରିଛନ୍ତି।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here