ପାହାଡ ଟୋଲିରେ ବିଜୁଳି କରେଣ୍ଟ ଲାଗି ମହିଳା ମୃତ , ଫାଣ୍ଡିରେ ଉତ୍ତେଜନା :

ପୁନଶ୍ଚ ଏକ ଅମୂଲ୍ୟ ଜୀବନ ଚାଲିଗଲା ବିଜୁଳି କରେଣ୍ଟର ଆଘାତରେ । ଘର ପରିବାର କରିବା ଅନେକ ସ୍ବପ୍ନ ଦେଖିଥିବା ବ୍ୟକ୍ତି ଆଜି ମୁଣ୍ଡ ବାଡେଇ କାନ୍ଦୁଛି । କାହାର ମୃତ୍ୟୁର ଡାକରା କେତେବେଳେ ଆସିବ ଏବଂ କିଏ କେଉଁଠାରେ ମୃତ୍ୟୁ ବରଣ କରିବ ତାହା କହିବା ବାହୁଲ୍ୟ ମାତ୍ର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କୁଆଁରମୁଣ୍ଡା ଫାଣ୍ଡି ତଥା ପଞ୍ଚାୟେତ ଅନ୍ତର୍ଗତ ଡନବସ୍କୋ ପାହାଡ ଟୋଲା ବସ୍ତିରେ । ଉକ୍ତ ବସ୍ତିର ବାସୀନ୍ଦା କାର୍ମିଲା ଜାତେ (୪୦) ନିଜ ଘରପାଖରେ ଥିବା ଗଛର ଡାଳକୁ କାଟୁଥିବା ସମୟେରେ ଗଛକୁ ଯୋଡିହୋଇ ଯାଇଥିବା ବିଦ୍ୟୁତ ତାରରୁ ତାଙ୍କୁ କରେଣ୍ଟ ଲାଗିବାରୁ ସଙ୍ଗେସଙ୍ଗେ ପରିବାର ଲୋକେ କୁଆଁରମୁଣ୍ଡା ସରକାରୀ ଚିକିତ୍ସାଳୟକୁ ନେଇ ଆସିଥିଲେ । ସେଠାରେ ଥିବା ଡାକ୍ତର ପରୀକ୍ଷା କରିବା ପରେ ଉକ୍ତ ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଘଟଣାକୁ ନେଇ ସ୍ଥାନୀୟ ବୁଦ୍ଧିଜିବୀ ମହଲ ବିଜୁଳି ବିଭାଗର ଉପଖଣ୍ଡ ଅଧିକାରୀ ଓ ସହକର୍ମୀଙ୍କ ସହ କ୍ଷତି ପୂରଣ ବାବଦରେ ଦାବୀ କରିଥିଲେ ତେବେ କୌଣସି କାରଣ ନେଇ ଉକ୍ତ ଫାଣ୍ଡି ନିକଟରେ ପ୍ରବଳ ଉତ୍ତେଜନା ପ୍ରକାଶ ପାଇଥିବାର ପରିଲକ୍ଷିତ ହୋଇଥିଲା । ମୃତା ମହିଳାଙ୍କର ଶବକୁ ରଖି କ୍ଷତି ପୂରଣ ଦାବୀ କରାଯାଇଥିଲା । ଏପରିକି ମୃତା ମହିଳାଙ୍କର ଶବକୁ ବ୍ୟବଛେଦ ପାଇଁ ପଠାଇବା ସକାସେ ପୋଲିଶ ପ୍ରଶାସନକୁ ଦିଆଯାଇନ ଥିଲା । ତେବେ କିଭଳି ଏ ଘଟଣା ଘଟିଲା ଏବଂ ମହିଳାଙ୍କର ମୃତ୍ୟୁ ହେଲା ସେ ନେଇ ତଦନ୍ତ ସାପେକ୍ଷ । ଏ ନେଇ କୁଆଁରମୁଣ୍ଡା ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ ହେବା ସହ ପୋଲିଶ ଘଟଣାର ତଦନ୍ତ ଜାରି ରଖିଛି ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here