ମହିଳା ବିରୋଧୀ , ଛାତ୍ର , ଯୁବକ , ଆଶା ଓ ଅଙ୍ଗନବାଡି କର୍ମୀ , ଗ୍ରାହାକ , କୃଷକ ଓ ଶ୍ରମିକ ବିରୋଧୀ ସରକାରଙ୍କୁ ଚେତାବନୀ :

ସୁନ୍ଦରଗଡ ଜିଲ୍ଲା ବଡଗାଁ ବ୍ଲକ ଅଞ୍ଚଳରେ ଦେଶବ୍ୟାପୀ ବନ୍ଦ ଡାକରାକୁ ସମର୍ଥନ କରି ରାଜ ରାସ୍ତାକୁ ଓହ୍ଲାଇଲେ ଆଶା ଓ ଅଙ୍ଗନବାଡି କର୍ମୀ । ଆଜିର ଏହି ବନ୍ଦ ଡାକରାରେ ଅଖିଲ ଭାରତୀୟ ଟ୍ରେଡ ୟୁନିଅନ କଂଗ୍ରେସ , ନିଖିଳ ଓଡିଶା ଆଶା କର୍ମୀ ସଂଘ ଓ ଅନ୍ୟାନ୍ୟ ଟ୍ରେଡ ସଂଘ ମିଳିତ ଭାବେ ଭାରତ ସରକାରଙ୍କ ମହିଳା ଓ ଜନ ବିରୋଧୀ , ଶ୍ରମିକ , କୃଷକଙ୍କୁ ମାରଣ ନୀତି ସମେତ ଆାକାଶ ଛୁଆଁ ଦରଦାମ ବୃଦ୍ଧି କୁ ଘୋର ବିରୋଧ କରି ମିଳିତ , ଶ୍ରମିକ ଓ କୃଷକ ସଙ୍ଗଠନ ମାନଙ୍କ ଆହ୍ବାନରେ ଦେଶବ୍ୟାପୀ ଧର୍ମଘଟ ଓ ହଲତାଳକୁ ସଫଳ କରିବା ସକାସେ ବଡଗାଁ ବ୍ଲକ କମିଟିର ସକ୍ରିୟ କର୍ମକର୍ତ୍ତାଙ୍କ ସମେତ ଆଶା ଓ ଅଙ୍ଗନବାଡି କର୍ମୀ ରାଜ ରାସ୍ତାକୁ ଓହ୍ଲାଇ ବଡଗାଁ ବସଷ୍ଟାଣ୍ଡ ନିକଟରେ ରାଉରକେଲା ଓ ସୁନ୍ଦରଗଡ ପଟୁ ଆସୁଥିବା ସମସ୍ତ ଯାନବାହାନକୁ ଅଟକ ରଖି ଭାରତ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ବିଭିନ୍ନ ଶ୍ଳୋଗାନ ଦେଇଥିଲେ । ଆଜିର ଏହି ବନ୍ଦ ଡାକରାରେ ବଡଗାଁ ବ୍ଲକ ଅନ୍ତର୍ଗତ ଜାତୀୟ ରାଜପଥ ୧୦ କୁ ସଂପୂର୍ଣ୍ଣ ଅବରୋଧ କରି ନିଜର ହକ ପାଇଁ ଆଜି କେନ୍ଦ୍ର ସରକାରଙ୍କ ନୀତି ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଲାଇବାକୁ ପଡିଛି ବୋଲି ମତବ୍ୟକ୍ତ କରିଥିଲେ ଆଶା ଓ ଅଙ୍ଗନବାଡି କର୍ମୀ । ସେମାନଙ୍କର ଦାବୀ ହେଉଛି ଶ୍ରମିକ ମାନଙ୍କୁ ମାନ୍ୟତା ଦିଆଯାଉ , ଆଶା କର୍ମୀ ମାନେ ଯେଉଁ ହିସାବରେ ୨୪ ଘଣ୍ଟା କାର୍ଯ୍ୟ କରୁଛନ୍ତି ସେହି ହିସାବରେ ତାଙ୍କର ଉଚିତ ପାରିଶ୍ରମିକ ସେମାନଙ୍କୁ ଦିଆଯାଉ । ଆଶା କର୍ମୀ ମାନଙ୍କ ଅଭିଯୋଗ ସେମାନଙ୍କୁ ପ୍ରସୂତୀ ମହିଳାଙ୍କୁ ଚିକିତ୍ସାଳୟ ନେବାକୁ ଦାୟିତ୍ବ ଦିଆଯାଇଥିଲା । ଏବେ ସେମାନଙ୍କୁ ୨୫ ରୁ ୩୦ ଟା କାର୍ଯ୍ୟ ଦିଆଯିବା ସହ ୧୦ ରୁ ୧୨ ଟି କାର୍ଯ୍ୟ କରିବା ପାଇଁ ବାଧ୍ୟ କରାଯାଉଛି । ଶ୍ରମିକ ମାନଙ୍କୁ ଯଦି ଉଚିତ ମାନ୍ୟତା ଦିଆଯାଆନ୍ତା ତେବେ ଏଭଳି ପରିସ୍ଥିତି ଆସନ୍ତା ନାହିଁ । ଆମ୍ଭମାନଙ୍କର କୌଣସି ଦାବୀ ପୂରଣ ନ ହେବାରୁ ବାଧ୍ୟହୋଇ ଆମ୍ଭେମାନେ ବାଧ୍ୟ ହୋଇ ରାଜ ରାସ୍ତାକୁ ଓହ୍ଲାଇଛୁ । ଏହା ପରେବି ଯଦି ଆମ୍ଭମାନଙ୍କୁ ଅବହେଳା କରାଯାଏ ତେବେ ଏହାଠାରୁ ଆହୁରି ଭୟଙ୍କର ଆନ୍ଦୋଳନ ହେବ ବୋଲି ଚେତାବନୀ ଦେଇଛନ୍ତି । ଆଜିର ଏହି ବନ୍ଦ ଡାକରାରେ ସୁନ୍ଦରଗଡ ଜିଲ୍ଲାର ବିଭିନ୍ନ ସ୍ଥାନରେ ବିରୋଧ ଓ ରାସ୍ତାରୋକ ହୋଇଥିବାର ପରିଲକ୍ଷିତ ହୋଇଥିଲା ।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here