ସର୍ବଭାରତୀୟ ସମ୍ମିଳିତ ଟ୍ରେଡ଼ ୟୁନିୟନ୍ ଭାରତ ବନ୍ଦ ଡାକରା ରେ ପ୍ରଭାବିତ :

ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଅଞ୍ଚଳରେ ଆଜି ଦେଶବ୍ୟାପି ସମ୍ମିଳିତ ଟ୍ରେଡ଼ ୟୁନିୟନ୍ ପକ୍ଷରୁ କେନ୍ଦ୍ର ନେତୃତ୍ୱାଧୀନ ମୋଦୀ ସରକାରଙ୍କ ଜନବିରୋଧୀ ଓ କୃଷକ ବିରୋଧି ନୀତି ପ୍ରତିବାଦରେ ଦିଆ ଯାଇଥିବା ୨୪ ଘଣ୍ଟିଆ ବନ୍ଦ ଡାକରା କ୍ରମେ ସି ଆଇ ଟି ୟୁ ପକ୍ଷରୁ ବିଭିନ୍ନ ସ୍ଥାନରେ ରାସ୍ତା ଓ ରେଳ ରୋକ କରାଯାଇଛି l ଏ ନେଇ ବଣାଇଁ ଅଞ୍ଚଳ ଦେଇ ଯାଇଥିବା ଜାତୀୟ ରାଜପଥ ୫୨୦, ୧୪୩ ଓ ରାଜ୍ଯ ରାଜପଥ ୧୦ (କ ), କୁ ଅବରୋଧ କରାଯାଇଛି l ଯାହା ଫଳରେ ହଜାର ହଜାର ଗାଡି ଛିଡା ହୋଇରହିଥିବା ଦେଖା ଯାଇଚି lଏହା ସହିତ ସମସ୍ତ ପ୍ରକାରର ସରକାରୀ,ବେସରକାରୀ ଅନୁଷ୍ଠାନ,ଦୋକାନ,ବଜାର ବନ୍ଧ ହୋଇଥିବା ସହ ରାସ୍ତାଘାଟ ଜନଶୂନ୍ୟ ହୋଇଥିବା ଜଣାପଡିଛି। ବଣାଇଁ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ନେତୃତ୍ବରେ ବନ୍ଦର ସଫଳତା ଦେଖିବାକୁ ମିଳିଛି l ଏହିବନ୍ଦ ସମୟରେ କଂଗ୍ରେସ ଦଳର ସମର୍ଥନ ରହିବା ସହ କଂଗ୍ରେସ କର୍ମୀ ମଧ୍ୟ ସାମିଲଥିବା ଦେଖିବାକୁ ମିଳିଛି।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here