କୋଇଡ଼ା ଓ କୁଆରମୁଣ୍ଡା ବ୍ଲକରେ ୱାଡି ପ୍ରକଳ୍ପ ଆରମ୍ଭ, ୧୩୬ ଏକର ଜମିରେ ଫଳ ଚାଷ :

ସୁନ୍ଦରଗଡ଼ ଜିଲ୍ଲାର ୬ଟି ଖଣି ପ୍ରଭାବିତ ବ୍ଲକରେ ୱାଡି ପ୍ରକଳ୍ପ ଅଧୀନରେ ବିଭିନ୍ନ ଫଳ ଚାଷ କରାଯାଉଛି। ଶୁକ୍ରବାର ଦିନ କୋଇଡ଼ା ଓ କୁଆରମୁଣ୍ଡା ବ୍ଲକରେ ଏହି ପ୍ରକଳ୍ପର ଶୁଭାରମ୍ଭ କରାଯାଇଛି। ଏହି ଦୁଇଟି ବ୍ଲକରେ ମୋଟ ୧୩୬ ଏକର ଜମିରେ କାଜୁ ଓ ଆମ୍ବ ଚାରା ରୋପଣ କରାଯାଉଛି।
କୋଇଡ଼ା ବ୍ଲକର ବିମଳାଗଡ଼ ପଞ୍ଚାୟତର କମରପୋଷ ଗାଁର ୫୮.୫ ଏକର ଜମିରେ ୱାଡି ଅଧୀନରେ ଆମ୍ବ ଓ କାଜୁ ଚାରା ରୋପଣ କରାଯାଉଛି। ଏଥିରେ ୫୦ ଜଣ ଚାଷୀଙ୍କୁ ସାମିଲ କରାଯାଇଛି। ବଣାଇ ବିଧାୟକ ଶ୍ରୀଯୁକ୍ତ ଲକ୍ଷ୍ମଣ ମୁଣ୍ଡା ଏବଂ ଉପଜିଲ୍ଲାପାଳ ଶ୍ରୀଯୁକ୍ତ ପ୍ରଦୀପ ଡାଙ୍ଗ ଚାରା ରୋପଣ କରି ପ୍ରକଳ୍ପର ଶୁଭାରମ୍ଭ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ କୋଇଡ଼ା ବିଡିଓ ଶ୍ରୀମତୀ ପଲ୍ଲବୀରାଣୀ ରାଜ, ବଣାଇ ଉଦ୍ୟାନ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ଘାଷିରାମ ମାରାଣ୍ଡି, କୋଇଡ଼ା ସହକାରୀ ଉଦ୍ୟାନ କୃଷି ବିଭାଗର ଅଧିକାରୀ ଶ୍ରୀମତୀ ପ୍ରମିଳା ମାରାଣ୍ଡି, ଡିଏମଏଫର ଜୀବିକା ବିଶେଷଜ୍ଞ ଶ୍ରୀଯୁକ୍ତ ଅଞ୍ଜନ କୁମାର ପଣ୍ଡା, ବିମଳାଗଡ଼ ସରପଞ୍ଚ ଗାଙ୍ଗୀ ସୋ, କେ ବଲାଙ୍ଗ ସରପଞ୍ଚ ନୀତିମା ମୁଣ୍ଡା, ସହଯୋଗୀ ସଂସ୍ଥା ଏସଜିୟୁପିର ସଭାପତି ଶଶୀଭୂଷଣ ମହାନ୍ତି ଏବଂ ସମ୍ପାଦକ ଶ୍ୟାମ ସୁନ୍ଦର ରାଉତ ପ୍ରମୁଖ ଯୋଗ ଦେଇଥିଲେ।
ସେହିପରି କୁଆରମୁଣ୍ଡା ବ୍ଲକର ଡୁମେରଜୋର ପଞ୍ଚାୟତରେ ୭୭.୫ ଏକର ଜମିରେ ୱାଡି ପ୍ରକଳ୍ପ ଆରମ୍ଭ କରାଯାଇଛି। ୩୨ ଜଣ ଚାଷୀଙ୍କୁ ନେଇ ହୋଇଥିବା ଏହି ପ୍ରକଳ୍ପରେ ଆମ୍ବ ଗଛ ଲଗାଯାଉଛି।
ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ବ୍ଲକ ଅଧ୍ୟକ୍ଷ ଶ୍ରୀମତୀ ମାଗଡାଲି କାଙ୍ଗାଳୀ, ଉପାଧ୍ୟକ୍ଷ ଶ୍ରୀଯୁକ୍ତ ଶ୍ୟାମ ସୁନ୍ଦର ସାହୁ, ଜିଲ୍ଲା ପରିଷଦ ସଦସ୍ୟ ଶ୍ରୀମତୀ ସୁନିତା ଅହିର, ପାନପୋଷ ଉଦ୍ୟାନ କୃଷି ବିଭାଗର ସହକାରୀ ନିର୍ଦ୍ଦେଶକ ଶ୍ରୀଯୁକ୍ତ ତାରେଶ୍ଵର ପାଣି, ସହକାରୀ ଉଦ୍ୟାନ କୃଷି ଅଧିକାରୀ ଶ୍ରୀଯୁକ୍ତ ଭୀମସେନ ଚୌଧୁରୀ, ଡୋମେରଜୋର ସରପଞ୍ଚ ସୁଖୁରାମ ଓରାମ, ସହଯୋଗୀ ସଂସ୍ଥା ହରଷ ଟ୍ରଷ୍ଟର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ କୁଲୁଲ ବୋରା ପ୍ରମୁଖ ଉପସ୍ଥିତ ଥିଲେ।
ଖଣି ପ୍ରଭାବିତ କୁତ୍ରା, ରାଜଗାଙ୍ଗପୁର, କୋଇଡ଼ା, ହେମଗିରି, କୁଆରମୁଣ୍ଡା ଏବଂ ଲହୁଣିପଡ଼ା ବ୍ଲକରେ ୱାଡି ପ୍ରକଳ୍ପ ମାଧ୍ୟମରେ କାଜୁ, ଲିଚୁ, ଲେମ୍ବୁ, ଆମ୍ବ ଆଦି ଚାଷକୁ ପ୍ରୋତ୍ସାହନ ଦିଆଯାଉଛି। ପ୍ରତି ବ୍ଲକରେ ୫୦୦ ଏକର ଜମିରେ ୱାଡି ପ୍ରକଳ୍ପ ଲାଗୁ କରିବାକୁ ଲକ୍ଷ୍ୟ ରହିଛି।
ଏହି ପ୍ରକଳ୍ପ ପାଇଁ ଜିଲ୍ଲା ଉଦ୍ୟାନ କୃଷି ବିଭାଗ ବୈଷୟିକ ସହାୟତା ଏବଂ ଜିଲ୍ଲା ଖଣିଜ ପ୍ରତିଷ୍ଠାନ (ଡିଏମଏଫ) ଆର୍ଥିକ ସହାୟତା ଦେଉଛି। ମହାତ୍ମା ଗାନ୍ଧୀ ନରେଗା ଯୋଜନାରେ ଗ୍ରାମାଞ୍ଚଳର ଶ୍ରମିକମାନଙ୍କ ଜୀବିକା ସୁନିଶ୍ଚିତ କରିବା ପାଇଁ ମଜୁରି ସହାୟତା ଦିଆଯାଉଛି।

ସୁନ୍ଦରଗଡ଼ ରୁ ବ୍ୟୁରୋ ଚିଫ ସଂଜୀବ କୁମାର ପାଢୀଙ୍କର ରିପୋର୍ଟ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here