ଗ୍ରାମୀଣ ଡାକ ସେବକ ସଂଘ ର ଧର୍ମଘଟ

ଡାବୁଗାଁ, ୨୬/୧୧ ନବରଙ୍ଗପୁର ଜିଲା ଡାବୁଗାଁ ଉପ ଡାକ ଘର ସମ୍ମୁଖରେ ଉପ ଡାକ ଘର ଅଧୀନ ରେ ସମସ୍ତ କାର୍ଯ୍ୟରତ ଗ୍ରାମୀଣ ଡାକ ସେବିକା/ ସେବକ ମାନେ ଗୁରୁବାର ଧର୍ମଘଟ ରେ ୧୫ ଦଫା ଦାବି ନେଇ ୧ ଦିନିଆ ଧର୍ମଘଟରେ ବସିଛନ୍ତି | ବିଭିନ୍ନ ଦାବିଗୁଡିକ ହେଲା :- ଗ୍ରାମୀଣ ଡାକ କର୍ମଚାରୀ ମାନଙ୍କୁ ସିଭିଲ ସର୍ଭେଣ୍ଟର ମାନ୍ୟତା ପ୍ରଦାନ କରାଯାଉ, ସମୟାନୁବର୍ତ୍ତୀ ୧୨, ୨୪ ଓ ୩୬ ବର୍ଷ କାର୍ଯ୍ୟକାଳ ପୂର୍ଣ୍ଣ ହୋଇଥିବା ଜିଡିଏସ ମାନଙ୍କୁ ୩ ଟି ଆର୍ଥିକ ପଦୋନ୍ନତି ଦିଆଯାଉ, ଗ୍ରାମୀଣ ଡାକ କର୍ମଚାରୀ ମାନଙ୍କୁ ମେଡିକାଲ ସୁବିଧା ପ୍ରଦାନ କରାଯାଉ, ମହଙ୍ଗା ଭତ୍ତା ବନ୍ଦ କରାଯାଇଥିବା ଆଦେଶକୁ ପ୍ରତ୍ୟାହାର କରି ତୁରନ୍ତ ପ୍ରଦାନ କରାଯାଉ, ଗ୍ରୁପ ଇନସ୍ୟୁରାନ୍ସର ପରିମାଣ ରାଶିକୁ ବର୍ଦ୍ଧିତ କରାଯାଉ, ଏକାଧିକ କାର୍ଯ୍ୟ କରୁଥିବାଶାଖା ଡାକପାଳ ମାନଙ୍କୁ କମାଇଣ୍ଡ ଡିଉଟି ଭତ୍ତା ପ୍ରଦାନ କରାଯାଉ, ଟାର୍ଗେଟ ନାମରେ ଗ୍ରାମୀଣ ଡାକ କର୍ମଚାରୀ ମନକୁ ହଇରାଣ କରିବା ବନ୍ଦ କରାଯାଉ, ୧୮୦ ଦିନର ସବେତନ ଛୁଟି ଜିଡିଏସ ମାନଙ୍କୁ ପ୍ରଦାନ କରାଯାଉ, ଏଫ॰ଜି॰ ବଣ୍ଡ ଏକା ସହିତ ୫ ବର୍ଷର ନ କଟାଯାଇ ବାର୍ଷିକ କଟାଜାଉ, ଜିଡିଏସ ପଦୋନ୍ନତି ବୟସସୀମା ୪୦ ବର୍ଷ କରାଯାଉ ଓ ୨୦ ଶତକଡା ସଂରକ୍ଷିତ ରଖାଯାଉ ଭଳି ୧୫ ଦଫା ଦାବି ନେଉ ଧର୍ମଘଟରେ ବସିଛନ୍ତି | ଏଥିରେ ମହେନ୍ଦ୍ର କୁମାର ପଣ୍ଡା, ରଜନୀକାନ୍ତ ପାଢୀ, ରମାକାନ୍ତ ମିଶ୍ର, ସୁରେଶ ପଟ୍ଟନାୟକ, ଜଳଧର ମାଝୀ, ବିଷ୍ଣୁପଦ ଦାଶ, ଡୁମର ପନକା, ହର୍ଷମଣି ହରିଜନ, ହଲଧର କଲାର, ଗାୟତ୍ରୀ ଜେନା, ସ୍ନିଧାରାଣୀ ସାହୁ, ସ୍ମୃତିଭଟ୍ଟ ମିଶ୍ର,କୃଷ୍ଣ ଚନ୍ଦ୍ର ମାଝୀ, ଆଶିଷ କୁମାର ସାମଲ, ଦଳପତି ପ୍ରଧାନ, ଜିତେନ୍ଦ୍ର ମାଝୀ, ମନୋଜ କୁମାର ସାହୁ, ଆଶିଷ କୁମାର ସାମଲ, କାର୍ତ୍ତିକ ସିଂ, ଲଲାଟେନ୍ଦୁ ସିଂହ, ଫାଲଗୁନୀ ତନ୍ତି, ରମନାଥ ମୁଦୁଲି ପ୍ରମୁଖ ଧର୍ମଘଟରେ ସାମିଲ ଥିଲେ |

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here