ଭାରତ ବନ୍ଦ : ଜଗତସିଂହପୁର

ଜଗତସିଂହପୁର: କେନ୍ଦ୍ରୀୟ ମିଳିତ ଶ୍ରମିକ ସଂଗଠନ ପକ୍ଷରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଶ୍ରମ ଆଇନ ସଂଶୋଧନ, ନୂତନ କୃଷକ ବିରୋଧୀ ଆଇନ, ନୂତନ ବିଜୁଳି ଆଇନ, ଦ୍ରୁତ ଘରୋଇକରଣ, ନୂତନ ଶିକ୍ଷା ବିଲ ସମେତ ସମସ୍ତ ଜନ ବିରୋଧୀ ପଦକ୍ଷେପକୁ ବିରୋଧ କରି ଭାରତ ବନ୍ଦ ଡାକରା ଦିଆଯାଇଛି ।ଏହି ଡାକରାରେ ଜଗତସିଂହପୁର ଜିଲ୍ଲାର ଶ୍ରମିକ ସଂଗଠନ ସିଆଇଟିୟୁ,
ଏଆଇଟିୟୁସି,ଏଚଏମଏସ,ଆଇଏନଟିୟୁସି,ଏଆଇୟୁଟିୟୁସି,ଏଆଇସିସିଟିୟୁ ଆଦି ମିଳିତ ସଂଗଠନ ଏହି ବନ୍ଦ ଡାକରାକୁ ସମର୍ଥନ କରି ଜଗତସିଂହପୁର ବନ୍ଦ ଡାକରା ଦେଇଛନ୍ତି ।ଏହି ଅବସରରେ ମିଳିତ ସଂଗଠନ ପକ୍ଷରୁ ସହରର ଯୋଗଧାରୀ,ପୁରୋହିତପୁର,
ଶ୍ରୀକୃଷ୍ଣ ଏକାଡେମୀ ପଡିଆ ଓ ହାଟ ବଜାର ନିକଟରୁ ପୃଥକ ପୃଥକ ଭାବେ ଶୋଭାଯାତ୍ରା ବାହାରି ସହରର ମଧ୍ୟସ୍ଥଳ ଥାନା ଛକ ଠାରେ ଏକାଠି ହୋଇଥିଲେ । କେନ୍ଦ୍ର ସରକାରଙ୍କ ଏହି ଜନ ବିରୋଧୀ ଆଇନକୁ ପ୍ରତ୍ୟାହାର କରିବାକୁ ନେଇ ବିଭିନ୍ନ ସଂଗଠନର ନେତୃବୃନ୍ଦ ବକ୍ତବ୍ୟ ରଖିଥିଲେ ।ଏହି ଡ଼ାକରାରେ ବ୍ୟାଙ୍କ,ରେଲ,ବୀମା,ପ୍ରତିରକ୍ଷା ବିଭାଗରେ କାର୍ଯ୍ୟରତ କର୍ମଚାରୀ ଏହି ଡ଼ାକରାରେ ସାମିଲ ହୋଇଥିଲେ । ଆଜିର ଏହି ଭାରତ ବନ୍ଦ ଡ଼ାକରାରେ ଜିଲ୍ଲା କଂଗ୍ରେସ ପକ୍ଷରୁ ସମର୍ଥନ ଦିଆଯାଇଥିଲା ।ଏହି ବନ୍ଦ ପାଳନକୁ ନେଇ ଜଗତସିଂହପୁର ଜିଲ୍ଲା ସଦର ମହକୁମା ଠାରେ ଦୋକାନ ବଜାର ଆଂଶିକ ବନ୍ଦ ଥିବା ଗାଡି ମୋଟର ମଧ୍ୟ ବନ୍ଦ ରହିଛି ।ଏହି ଭାରତ ବନ୍ଦ କାର୍ଯ୍ୟକ୍ରମରେ ସିଟୁର ରାଜ୍ୟ ସମ୍ପାଦକ ଲୋଭକାନ୍ତ ସ୍ଵାଇଁ,ଏଆଇଟିୟୁସିର ପ୍ରଦୀପ୍ତ ରାମ,ଶ୍ରମିକ ନେତା ସୋମନାଥ ଗିରି,ସତ୍ୟ ରଞ୍ଜନ ମହାନ୍ତି ଙ୍କ ସମେତ କଂଗ୍ରେସ ଜିଲ୍ଲା ସଭାପତି ନଟବର ବାରିକ ଓ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ରହିଥିଲେ ।
ଜଗତସିଂହପୁର ଜ଼ିଲ୍ଲା ରୁ ପ୍ରଫୁଲ୍ଲ କୁମାର ସାହୁ ଙ୍କ ରିପୋର୍ଟ

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here