ଚାଷୀଙ୍କ ଛାତି ଦୁଲୁକେଇ ଦଉଛି କୋହଲା ପାଗ, ଚିନ୍ତାରେ ଚାଷୀ

ଡାବୁଗାଁ, ୨୬/୧୧ ଗତ ପାଞ୍ଚ ଦିନ ହେବ ନବରଙ୍ଗପୁର ଜିଲ୍ଲାର ଡାବୁଗାଁ ବ୍ଲକ ଅଞ୍ଚଳରେ ଶୀତ ର ପ୍ରକୋପ ବଢିଛି | ହାଡ଼ଭଙ୍ଗା ଶୀତ ସହ କୋହଲା ପାଗ ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି |ଆଜି ସକାଳୁ ମଧ୍ୟ କୋହଲା ପାଗ ସହ ପ୍ରବଳ ଶୀତ ସହ ସ୍ୱଳ୍ପ ବର୍ଷା ମଧ୍ୟ ହୋଇଥିଲା | ଏଭଳି ଶୀତ ର ପ୍ରକୋପ ବଢ଼ି ଯିବାରୁ ବିଶେଷ କରି ବୃଦ୍ଧା ବୃଦ୍ଧ ବିଭିନ୍ନ ସମସ୍ୟା ର ସମ୍ମୁଖୀନ ହେଉଛନ୍ତି | ଶୀତ ଦାଉରୁ ରକ୍ଷା ପାଇବା ପାଇଁ ଅନେକ ନିଆଁ ପୁଉଁ ଥିବାର ଦେଖିବାକୁ ମିଳୁଛି | ଅନ୍ୟପଟେ ଗତ କାଲି ଠାରୁ ଡାବୁଗାଁ ବ୍ଲକ ଅଞ୍ଚଳରେ କୋହଲା ପାଗ ଲାଗି ରହିଥିବାରୁ ଚାଷୀକୁଳ ଚିନ୍ତାରେ ପଡିଛନ୍ତି | ଏହି ଅଞ୍ଚଳର ଶତାଧିକ ଚାଷୀଙ୍କ ଉତ୍ପାଦିତ ଧାନ, ମକା, ବିରି, କାନ୍ଦୁଲ ଭଳି ଫସଲ ବର୍ତ୍ତମାନ ବାହାରେ ପଡି ରହିଛି | କୋହଲା ପାଗ ସହ ବର୍ଷା ହେବାର ସମ୍ଭାବନା ଥିବାରୁ ଫସଲ ନଷ୍ଟ ହେବା ନେଇ ଚାଷୀ ର ଛାତି ଦୁଲୁକେଇ ଦେଉଛି | ବର୍ଷା ହେଲେ ବର୍ଷକର ପରିଶ୍ରମ ପାଣିରେ ପଡ଼ିଯିବ ବୋଲି ଚିନ୍ତାରେ କ୍ଷୋଭ ର ସହ ଚାଷୀମାନେ ପ୍ରକାଶ କରିଛନ୍ତି | ତାମିଲନାଡୁ ଓ ପୁଡୁଚେରୀ ର ବର୍ଷା ଏହି ଅଞ୍ଚଳରେ କିଛି ମାତ୍ରାରେ ପ୍ରଭାବ ପକାଇ ପାରେ ବୋଲି ସମ୍ଭାବନା କରି କିଛି ଚାଷୀ ନିଜ ନିଜ ଉତ୍ପାଦିତ ଫସଲ ର ସୁରକ୍ଷା ପାଇଁ ଉଦ୍ୟମ କରୁଥିବା ବେଳେ ଅନେକ ଚାଷୀ ଭାଗ୍ୟକୁ ଆଦରି ରହିଛନ୍ତି | ଚଳିତ ବର୍ଷ ଚାଷୀ ଅନେକ ସମସ୍ୟା ମଧ୍ୟରେ ଧାନ, ମକା ଆଦି ଚାଷ ଋଣ ବାଡି କରି ଚାଷ କରିଥିବା ବେଳେ ଭଲ ଦି ପଇସା ରୋଜଗାର କରିବା ନେଇ ଆଶା ବାନ୍ଧି ଥିଲେ ହେଁ କୋହଲା ପାଗ ଦାଉ ସାଧୁଛି | ଅନ୍ୟପଟେ ଏହି ଅଞ୍ଚଳରେ ମଣ୍ଡି ଖୋଲିବାରେ ବିଳମ୍ବ ଯୋଗୁଁ ଚାଷୀ ଖୋଲାରେ ଉତ୍ପାଦିତ ଶସ୍ୟ ପକାଇ ରଖିଛନ୍ତି | ସରକାର ଙ୍କ ଧାର୍ଯ୍ୟ ଦରରେ ମକା ମଞ୍ଜି ବିକ୍ରି କରିବା ନେଇଁ ଚାଷୀ ଅପେକ୍ଷା କରିଥିବା କୋହଲାପାଗ କୁ ନେଇ ଚାଷୀ ଚିନ୍ତାରେ ପଡିଛି |

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here