ଅସହାୟ ମହିଳାଙ୍କୁ ରୋଜଗାର ପନ୍ଥା ଯୋଗାଇଲା କେନ୍ଦ୍ରାପଡା ଜିଲ୍ଲାର ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ।

କେନ୍ଦ୍ରାପଡା: ଆଜି କେନ୍ଦ୍ରାପଡା ଶ୍ରୀ ଜଗନ୍ନାଥ ଚାରିଟେବୁଲ୍ ଟ୍ରଷ୍ଟର ସମସ୍ତ କର୍ମକର୍ତ୍ତା ମାନେ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଦମନ କୁମାର ମହାନ୍ତିଙ୍କ ନେତୃତ୍ବରେ ସାମ୍ବାଦିକ ଗୌତମ ସାହୁ,କେଦାର ନାଥ ସ୍ୱାଇଁ, ରାକେଶ କୁମାର ପଣ୍ଡା,ସୁରଜ ସ୍ୱାଇଁ, ବିଚିତ୍ର ବେହେରା ପ୍ରମୋଦ କୁମାର ସାହୁ, ତ୍ରିଲୋଚନ ସାହୁ ଏବଂ ହେମନ୍ତ କୁମାର ସାମଲଙ୍କ ସମେତ ଟ୍ରଷ୍ଟର ଅନ୍ୟାନ୍ୟ ବହୁ କର୍ମକର୍ତ୍ତା ଏବଂ International Humanity Rightsର କେନ୍ଦ୍ରାପଡା ଜିଲ୍ଲା ସଭାପତି ସୂର୍ଯ୍ୟକାନ୍ତ ପରିଡା ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବା ସହିତ ଜଣେ ଅସହାୟ ମହିଳାଙ୍କୁ ରାଜଧାନୀ ଭୁବନେଶ୍ଵରର ପୋଖରୀ ପୁଟ ଅଧିନସ୍ଥ ମଧୁସୂଦନ ନଗର ଠାରେଥିବା ପାଲତଳେ ଭୋକ ଉପାସରେ ଦୀର୍ଘ ଦିନଧରି ପଡି ରହିଥିଲେ । କାରଣ କରୋନାର ମାଡ଼ ଉକ୍ତ ଅସହାୟ ମହିଳାଙ୍କୁ ଏପରି ରହିବାକୁ ବାଧ୍ୟ କରିଥିଲା । ଏହି ମହିଳାଙ୍କ ନାମ ସରସ୍ଵତୀ ପାଣିଗ୍ରାହୀ ବୟସ-୫୫ବର୍ଷ । ତାଙ୍କ ଘର ଗଜପତି ଜିଲ୍ଲାରେ, ସେ ପିଲାଟି ଦିନୁ ରୋଜଗାର କରିବା ଆଶାରେ ଘରୁ ଲୁଚି ରାଜଧାନୀକୁ ଚାଲି ଆସିଥିଲେ । ମାତ୍ର ତାଙ୍କର ଶିକ୍ଷା କମ୍ ଥିବାରୁ କିଛି କାମ ତାଙ୍କୁ ପ୍ରଥମେ ମିଳିନଥିଲା । ଶେଷରେ ସେ ଘରେ ଘରେ ବୁଲି ବାସନ ମାଜିବା ଭଳି କାମକରି ଦୀର୍ଘବର୍ଷ ଧରି ନିଜର ଭରଣ ପୋଷଣ କରୁଥିଲେ । ମାତ୍ର ଏହି କରୋନା ମହାମାରୀ ଯୋଗୁ ସରସ୍ଵତୀ ମାଉସୀଙ୍କୁ କେହି ଘରକୁ ପଶିବାକୁ ନଦେବାରୁ ଓ କାମ ଅଭାବରୁ ରୋଜଗାର ହରାଇ ତାଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇ ପଡ଼ିଥିଲା । ଏହି କାରଣରୁ ସେ ରହୁଥିବା ଘର ଭଡ଼ା ଦେଇ ନ ପାରିବାରୁ ଘର ମାଲିକ ମଧ୍ୟ ତାଙ୍କୁ ଘରୁ ବାହାର କରି ଦେଲେ । ଯେଉଁ କାରଣରୁ ସରସ୍ଵତୀଙ୍କୁ ପାଲ ଟାଣି ରାସ୍ତା କଡ଼ରେ ଭୋକିଲା ପେଟରେ କିଛି ଦିନପାଇଁ ରହିବାକୁ ପଡୁଥିଲା ।ଏହି ଖବରଟି ରାଜଧାନୀର ଜଣେ ସୁନାମ ଧନ୍ୟ ସମାଜ ସେବୀ ଏବଂ ଆତ୍ମୀୟ ସେବାର ସଦସ୍ୟ ଶ୍ରୀଯୁକ୍ତ ତ୍ରିଲୋଚନ ସାହୁ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଶ୍ରୀଯୁକ୍ତ ଦମନ କୁମାର ମହାନ୍ତିଙ୍କୁ ଜଣାଇଥିଲେ । ଏହି ଖବର ପାଇବା ପରେ ସଭାପତି ତୁରନ୍ତ ଟ୍ରଷ୍ଟ ବୋର୍ଡର ସମସ୍ତ ମେମ୍ବର ମାନଙ୍କୁ ଡକାଇ, ଏହି ବିଷୟରେ ସୂଚନା ଦେଇଥିଲେ ଓ ସର୍ବ ସମ୍ମତି କ୍ରମେ ଏହି ମାଉସୀଙ୍କୁ ଏକ ସ୍ଥାୟୀ ରୋଜଗାର ନିମନ୍ତେ ଏକ ସୁସଜ୍ଜିତ ଚାହା ଷ୍ଟଲ କରେଇବା ଲାଗି ସ୍ଥିର କରି ଆଜି କାର୍ତ୍ତିକ ମାସର ପଂଚୁକ ଅବସରରେ ଏହି ଦୋକାନ ଟିକୁ ଶୁଭାରମ୍ଭ କରିବା ସହିତ ସରସ୍ଵତୀ ମାଉସୀଙ୍କୁ ଦୋକାନର ଦାୟିତ୍ବ ହସ୍ତାନ୍ତର କରିଥିଲେ ଏବଂ ସରସ୍ଵତୀ ମାଉସୀ ବା ସରଶ୍ୱତୀ ପାଣିଗ୍ରାହୀଙ୍କୁ ମଧ୍ୟ ଏକ ଶପଥ ପାଠ କରାଇଥିଲେକି ? ଯେବେ ତାଙ୍କର ଆର୍ଥିକ ଅବସ୍ଥା ସମ୍ପୂର୍ଣ୍ଣ ରୂପେ ସୁଧୁରି ଯିବ – ସେହି ସମୟରେ ସେ ଆଉ ଜଣେ ଅସହାୟଙ୍କୁ ସାହାଯ୍ୟ କରି ଏହି ଋଣ ମୁକ୍ତ ହେବେ ।

କେନ୍ଦ୍ରାପଡାରୁ ଆମ ଜିଲ୍ଲା ପ୍ରତିନିଧି ପ୍ରଫୁଲ୍ଲ କୁମାର ଦାସଙ୍କ ରିପୋର୍ଟ ଓଡିଶା 1 ଟିଭି ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here