ପଲିଥିନ ଜବତ, ଜରିମାନା ଆଦାୟ


ପୁରୀ– ତା. ୨୫.୧୧.୨୦୨୦- ସହରକୁ ପଲିଥିନ ମୁକ୍ତ କରିବା ନିମନ୍ତେ ନିରନ୍ତର ଅଭିଯାନ ଜାରି ରହିବା ସହ ପଲିଥିନ ଓ ଥର୍ମୋକୋଲ ସାମଗ୍ରୀ ମହଜୁଦ ରଖିଥିବା ବ୍ୟବସାୟୀ ଏବଂ ଦୋକାନୀ ମାନଙ୍କ ଉପରେ ଚଢାଉ ଅଭିଯାନ ଅବ୍ୟାହତ ରହିଛି । ଆଜି ବାଲିଗୁଆଳିର ଗୋଟିଏ ଓ ମାଟିଆପଡାର ଦୁଇଟି ଦୋକାନ ଉପରେ ଚଢାଉ କରାଯାଇ ୫ କିଲୋଗ୍ରାମ ପଲିଥିନ, ଏକ କିଲୋଗ୍ରାମ ଥର୍ମୋକୋଲ ସାମଗ୍ରୀ ଜବତ କରାଯାଇ ୫ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ସେହିଭଳି ଗତକାଲି ୪ଟି ସ୍ଥାନରେ ଚଢଉ କରାଯାଇ ୨୫ କିଲୋଗ୍ରାମ ପଲିଥିନ ଓ ୩ କିଲୋଗ୍ରାମ ଥର୍ମୋକୋଲ ସାମଗ୍ରୀ ଜବତ କରାଯିବା ସହ ୨୪ ହଜାର ୭ଶହ ଟଙ୍କା ଆଦାୟ କରାଯାଇଛି । ପୂର୍ବରୁ ପଲିଥିନ ବ୍ୟବହାର ସଂପର୍କରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରାଯିବା ସହ ପ୍ରଶାସନ ପକ୍ଷରୁ ବିହିତ ପଦକ୍ଷେପମାନ ଗ୍ରହଣ କରାଯାଇଛି । ଏହି ଚଢଉ ଅବସରରେ ଏନଫୋର୍ସମେଣ୍ଟ ଅଧିକାରୀ ଶ୍ରୀ ବୃନ୍ଦାବନ ପତି, ସ୍ବତନ୍ତ୍ର ଅଧିକାରୀ ଶ୍ରୀ ପ୍ରଶାନ୍ତ କୁମାର ପଟ୍ଟନାୟକ, ଶ୍ରୀ ସନ୍ତୋଷ କୁମାର ମହାନ୍ତି ପ୍ରମୁଖ ସହଯୋଗ କରିଥିଲେ ।

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here