ମହିଳା ସ୍ଵୟ ଗୋଷ୍ଠୀ ସଭ୍ୟାଙ୍କୁ ଛତୁ ଚାଷ ସମ୍ଭାନ୍ଧୀୟ ତାଲିମ ଶିବିର

ଡାବୁଗାଁ, ୨୫/୧୧ ନବରଙ୍ଗପୁର ଜିଲା ଡାବୁଗାଁ ସଦର ମହକୁମା ସ୍ଥିତ ଜିଲା ଉଦ୍ୟାନ କୃଷି ବିଭାଗ ତରଫରୁ ଡାବୁଗାଁ କୃଷି, ସୂଚନା ଓ ପରାମର୍ଶ କେନ୍ଦ୍ର ଠାରେ ସ୍ଵୟ ସହାୟକ ଗୋଷ୍ଠୀ ର ସଭ୍ୟା ମାନଙ୍କୁ ଛତୁ ଚାଷ ସମ୍ବନ୍ଧୀୟ ତାଲିମ ଶିବିର ବୁଧବାର ଆରମ୍ଭ ହୋଇଯାଇଛି | ଏଥିରେ ଡାବୁଗାଁ ସହକାରୀ କୃଷି ଅଧିକାରୀ ଦୁର୍ଯ୍ୟଧନ ଜାନୀ ଯୋଗ ଦେଇ ତାଲିମ ଦେଇଥିଲେ | ଏଥିରେ ଛତୁ ଚାଷ କରିବା କୌଶଳ ପ୍ରୋଜେକ୍ଟର ମାଧ୍ୟମରେ ତାଲିମ ଦିଆଯାଉଛି | ଏହି ତାଲିମ ଶିବିର ୪ ଦିନ ଧରି ଚାଲିବ | ଏଥିରେ ସହକାରୀ ଉଦ୍ୟାନ ଅଧିକାରୀ ମୋନାଲିସା ମନ୍ତ୍ରୀ ଉପସ୍ଥିତ ଥିଲେ | ଏଥିରେ ୮ ଟି ଏସଏଚଜି ର ୮ ଜଣ ମହିଳା ତାଲିମ ନେଉଛନ୍ତି | ଏହି କାର୍ଯ୍ୟକ୍ରମକୁ ଉଦ୍ୟାନ ସଂପ୍ରସାରଣ କର୍ମୀ ଜଗଦୀଶ ତରାସିଆ ପରିଚାଳନା କରିଥିଲେ |

ନବରଙ୍ଗପୁର ଜିଲା ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡା, Odisha1.TV

Advertisement Placement

Commercial Space

Advertisement Placement

Commercial Space
Click Here

Advertisement Placement

Commercial Space

Advertisement Placement

Commercial Space
Click Here